୨୩ରେ ୟୁକ୍ରେନ ଯିବେ ମୋଦି

୨୩ରେ ୟୁକ୍ରେନ ଯିବେ ମୋଦି


ାା ଏଜେନ୍ସି ।ା ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ ଗସ୍ତ କରିବେ । ରୁଷ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ମୋଦି ୟୁକ୍ରେନ ଗସ୍ତ କରୁଛନ୍ତି । ଗୋଟିଏ ମାସ ତଳେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ । ଏବେ ସେ ୟୁକ୍ରେନ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡିଛି । ମୋଦିଙ୍କ ୟୁକ୍ରେନ ଗସ୍ତକୁ ବୈଦେଶିକ ମନ୍ତ୍ରଣହେଲେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନାହିଁ ।  ମୋଦି ଆସନ୍ତା ୨୩ ତାରିଖରେ ୟୁକ୍ରେନ ଗସ୍ତ କରିବେ । ସେଠାରେ ସେ ଜେଲନସ୍କିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ରୁଷର ଘନଘନ ଆକ୍ରମଣ ସତ୍ତ୍ୱେ ଭାରତ କେଉଁ ଭଳି ୟକ୍ରେନକୁ ମାନବୀୟ ସହାୟତା ଯୋଗାଇ ଆସୁଛି ଓ ଆଗକୁ ମଧ୍ୟ ନୂଆଦିଲ୍ଲୀ କ’ଣ ସବୁ ସହାୟତା କରିବ, ସେ ବିଷୟରେ ମୋଦି ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବେ । ରୁଷ ସେନା ୨୦୨୨ରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ୟୁକ୍ରେନ ଗୋଟିଏ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ଅଢେଇ ବର୍ଷ ହେଲାଣି ରୁଷର ମୁକାବିଲା କରି ଚାଲିଛି । ରୁଷ ଆକ୍ରମଣ କରୁଥିବାରୁ ପଶ୍ଚିମ ଦେଶ ଗୁଡିକ ମସ୍କୋ ସହ ସବୁ ପ୍ରକାରର କଟକଣା ଲଗାଇଛନ୍ତି । କିନ୍ତୁ ଭାରତ ଓ ଚାଇନା ଭଳି ଦେଶ ରୁଷ ସହ କୌଣସି ପ୍ରକାରର ବ୍ୟବସାୟ ବନ୍ଦ କରି ନାହାନ୍ତି । ସେହିପରି ଯୁଦ୍ଧ ପାଇଁ ଭାରତ କେବେ ହେଲେ ସିଧାସଳଖ ରୁଷକୁ ଦାୟୀ କରିନାହିଁ । ଭାରତ କେବଳ କୂଟନୀତିକ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ବାରମ୍ବାର ରୁଷ ଓ ୟୁକ୍ରେନକୁ କହି ଚାଲିଛି । ଏସବୁ ଭିତରେ ମୋଦି ପ୍ରଥମେ ପୁଟିନ ଓ ଆଗକୁ ଜେଲେନସ୍କିଙ୍କୁ ଭେଟିବାକୁ ଯାଉଛନ୍ତି ।