ରାହୁଲ-ତେଜସ୍ୱୀଙ୍କ ଉପରେ ବର୍ଷିଲେ ମୋଦି "ବିହାରବାସୀ କ୍ଷମା ଦେବେନି'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ଏକ ରାଲିରେ ତାଙ୍କୁ ଓ ତାଙ୍କ ସ୍ୱର୍ଗତ ମାଆଙ୍କ ପ୍ରତି ଦିଆଯାଇଥିବା ଅପମାନଜନକ ମନ୍ତବ୍ୟ ନେଇ ଆରଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହି ଅପମାନଜନକ ମନ୍ତବ୍ୟ କେବଳ ତାଙ୍କ ମାଆଙ୍କୁ ନୁହେଁ, ସାରା ଦେଶର ମାଆ, ଭଉଣୀ ଓ ମହିଳାମାନଙ୍କ ପ୍ରତି ଅପମାନ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରାଜନୈତିକ ମଞ୍ଚରୁ ତାଙ୍କ ମୃତ ମାଆଙ୍କୁ ଏପରି ଅପମାନିତ କରାଯିବ ଏହା "ଅକଳ୍ପନୀୟ’ ।
"ମାଆ ଆମର ଦୁନିଆ । ମାଆ ଆମର ସ୍ୱାଭିମାନ । ଏହି ପରମ୍ପରା ସମୃଦ୍ଧ ବିହାରରେ କିଛି ଦିନ ପୂର୍ବରୁ କ'ଣ ଘଟିଥିଲା ? ମୁଁ କଳ୍ପନା ମଧ୍ୟ କରିନଥିଲି । ବିହାରରେ ଆରଜେଡି-କଂଗ୍ରେସର ମଞ୍ଚରୁ ମୋଆ ମାଆଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ବୋଲି ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡ ନାମକ ଏକ ନୂତନ ସମବାୟ ସଂସ୍ଥାର ଶୁଭାରମ୍ଭ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିର୍ବାଚନ ହେବାକୁ ଥିବା ବିହାରର ମହିଳାମାନଙ୍କ ସହ କଥାବାର୍ତ୍ତା ସମୟରେ ଲୁହଭରା ଆଖିରେ ପ୍ରଧାନମନ୍ତ୍ରୀ ଏପରି କହିଛନ୍ତି । ତାଙ୍କ ମୃତ ମା'ଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଦେଶର ସମସ୍ତ ମା', ଭଉଣୀ ଏବଂ ଝିଅଙ୍କ ପ୍ରତି ଦୁର୍ବ୍ୟବହାର, ବିଶେଷକରି ବିହାରର ଅପମାନ ବୋଲି ବର୍ଣ୍ଣନା କରିଥିଲେ ମୋଦି । ଏହି ଦୁର୍ବ୍ୟବହାର କେବଳ ମୋ ମାଆଙ୍କ ପ୍ରତି ଅପମାନ ନୁହେଁ ।ଏହା ଦେଶର ମା', ଭଉଣୀ ଏବଂ ଝିଅମାନଙ୍କ ପ୍ରତି ଅପମାନ । ମୁଁ ଜାଣେ ଏହା ଦେଖିବା ଓ ଶୁଣିବା ପରେ ତୁମେ ସମସ୍ତେ, ବିହାରର ପ୍ରତ୍ୟେକ ମାଆ କେତେ ଖରାପ ଅନୁଭବ କରିଛ । ମୁଁ ଜାଣେ ମୋ ହୃଦୟରେ ଯେତେ ଯନ୍ତ୍ରଣା ଅଛି, ବିହାରର ଲୋକମାନେ ମଧ୍ୟ ସମାନ ଯନ୍ତ୍ରଣାରେ ଅଛନ୍ତି ବୋଲି ସେ କହିଛନ୍ତି । ମୋଦି ପ୍ରଶ୍ନ କରିଛନ୍ତି ଯେ ରାଜନୀତି ସହିତ କୌଣସି ସମ୍ପର୍କ ନଥିବା ତାଙ୍କ ମାଆଙ୍କୁ ଦଳୀୟ ଆକ୍ରମଣରେ କାହିଁକି ଟାଣି ନିଆଯାଇଛି । ମୋ ମାଆଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ନଥିଲା, ତେବେ ତାଙ୍କୁ ଆରଜେଡି ଏବଂ କଂଗ୍ରେସ କାହିଁକି ଦୁର୍ବ୍ୟବହାର କରିଥିଲେ? ବୋଲି ସେ ପଚାରିଛନ୍ତି । ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ଏପରି ଦୁର୍ବ୍ୟବହାର କରନ୍ତି ସେମାନଙ୍କ ମାନସିକତା ହେଉଛି ମହିଳାଙ୍କୁ ଦୁର୍ବଳ ବୋଲି ଭାବନ୍ତି । ସେ କହିଛନ୍ତି ଯେ ବିହାରରେ କଂଗ୍ରେସର ‘ଭୋଟର ଅଧିକାର ଯାତ୍ରା' ସମୟରେ ଘଟିଥିବା ଘଟଣା କେବଳ ତାଙ୍କୁ ନୁହେଁ ବରଂ ଦେଶର ପ୍ରତ୍ୟେକ ମହିଳାଙ୍କୁ ଅପମାନିତ କରିଛି । ବିହାରବାସୀ ଏହି ଅପମାନର କେବେ କ୍ଷମା ଦେବେନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିବାଦରେ ବିହାରର ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଆସନ୍ତା ୪ ତାରିଖ ବିହାର ବନ୍ଦ ଡାକରା ଦେଇଛି । ୪ ତାରିଖ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବନ୍ଦ ଘୋଷଣା କରାଯାଇଛି । ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ-ଆରଜେଡି ସମର୍ଥକ ଦୁର୍ବ୍ୟବହାର କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏବେ ବିଜେପି ଓ ଜେଡିୟୁ ସମେତ ଏନଡିଏର ମହିଳା କର୍ମୀମାନେ ରାଜ୍ୟରେ ଏକ ପ୍ରତିବାଦ ଶୋଭାଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦିବଙ୍ଗତ ମାଆଙ୍କ ପ୍ରତି ହୋଇଥିବା ଅପମାନ ରାଜ୍ୟର ସମସ୍ତ ମହିଳାଙ୍କ ପ୍ରତି ଅସମ୍ମାନ ବୋଲି କହିବାର କିଛି ଘଣ୍ଟା ପରେ ବିହାର ବନ୍ଦ ଡାକରାର ନିଷ୍ପତ୍ତି ନିଆଯାଇଛି । ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡ୍ ଉଦଘାଟନ କରିବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସ୍ୱର୍ଗତ ମାଆଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି ଯେ ଏହା ଭାରତର ସମସ୍ତ ମାଆ, ଭଉଣୀ ଓ ଝିଅଙ୍କ ପ୍ରତି ଅପମାନ । ମାଆ ହେଉଛନ୍ତି ଆମର ବିଶ୍ୱ । ମାଆ ହେଉଛନ୍ତି ଆମର ସ୍ୱାଭିମାନ । କିଛି ଦିନ ପୂର୍ବରୁ ଏହି ପରମ୍ପରା ସମୃଦ୍ଧ ବିହାରରେ ଯାହା ଘଟିଥିଲା ତାହା ମୁଁ କଳ୍ପନା ମଧ୍ୟ କରି ନଥିଲି । ବିହାରରେ ଆରଜେଡି-କଂଗ୍ରେସର ମଞ୍ଚରୁ ମୋ ମାଆଙ୍କୁ ଅପମାନିତ କରାଯାଇଥିଲା... ଏହି ଅପମାନ କେବଳ ମୋ ମାଆଙ୍କ ପ୍ରତି ଅପମାନ ନୁହେଁ । ଏହା ଦେଶର ମାଆ, ଭଉଣୀ ଓ ଝିଅଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି ।