ଓଡ଼ିଶାରେ ୧୦ ଲକ୍ଷ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ୧୦ ଲକ୍ଷ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଓଡ଼ିଶା ଗସ୍ତରେ  ଆସିବେ । ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର  ଶୁଭାରମ୍ଭ କରିବେ । ଏହାଛଡ଼ା ବିଭିନ୍ନ ରାଜ୍ୟର  ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ହିତାଧିକାରୀଙ୍କୁ  କାର୍ୟ୍ୟାଦେଶ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ।  ଜାତୀୟସ୍ତରର କାର୍ୟ୍ୟକ୍ରମରେ ବିଭିନ୍ନ ରାଜ୍ୟର  ଏହି ଆବାସ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ  ‘ଆବାସ’ର ପ୍ରଥମ କିସ୍ତି ଟଙ୍କା ବାବଦକୁ ୩୧୮୦  କୋଟି ଟଙ୍କା ଡିଜିଟାଲରେ ପଠାଇବେ ପ୍ରଧାନମନ୍ତ୍ରୀ ।  ଏହି ଉତ୍ସବରେ ମୋଦି ‘ଆବାସ ୍ମ ୨୦୨୪’ ଆପ୍‌  ମଧ୍ୟ ଉନ୍ମୋଚନ କରିବେ । 

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ  ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ  ଚୌହାନ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନ ପରେ ୨୬ ଲକ୍ଷ ହିତାଧିକାରୀ  ‘ଗୃହପ୍ରବେଶ’ କରିବେ । ଚଳିତ ଆର୍ଥିକ ବର୍ଷରେ  ଓଡ଼ିଶାରେ ୨୨,୫୭୨ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ କରାଯାଇଛି । ଏଥିପାଇଁ ୪୧.୩୨ କୋଟି ଟଙ୍କା  ବରାଦ ହୋଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର  ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର  ୪ର୍ଥ ପର୍ୟ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି ।  ଏହି ଯୋଜନାରେ ୨୫ ହଜାର ସଂଯୋଗ ନଥିବା  ଜନବସତିକୁ ସଡ଼କ ସଂଯୋଗ ଯୋଗାଇ ଦିଆଯିବ ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୨.୯୫  କୋଟି ଘର ପ୍ରଦାନ କରି ୨୦୨୪ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟ ହାସଲ କରିବାକୁ ଯୋଜନା  ରହିଛି ।