କ୍ରାଇମ୍ବ୍ରାଞ୍ଚର ତନାଘନା : ହାଜର ହେବେନି ଦୀପାଳି ଓ ବିଶାଳ!

ନବଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ । ହାଜର ନହେବାକୁ ଦୀପାଳି ଜଣାଇବା ସହ ସମୟ ମାଗିଥିବା ସୂଚନା ମିଳିଛି । ତଦନ୍ତକାରୀ ଅଧିକାରୀଙ୍କୁ ଏନେଇ ସମୟ ମାଗିଥିବା ସୂଚନା ମିଳିଛି । ଏହାସହ ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସମୟ ମାଗିଛନ୍ତି । କେବଳ ଦୀପାଳି ନୁହେଁ ବରଂ ବିଶାଳ ମଧ୍ୟ ଆଜି ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଉଭୟ ବ୍ୟକ୍ତିଗତ କାରଣ ଲାଗି ହାଜର ହେବେ ନାହିଁ ବୋଲି ଦର୍ଶାଇଛନ୍ତି । ନବଦାସ ହତ୍ୟା ମାମଲାରେ ପୁଣି କ୍ରାଇମ୍ବ୍ରାଞ୍ଚର ତନାଘନା ଆରମ୍ଭ କରିଛି ।। ନବଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳଙ୍କୁ କ୍ରାଇମ୍ବ୍ରାଞ୍ଚରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେକୌଣସି ଦିନ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା । କ୍ରାଇମ୍ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଥିଲା । ଗୋଟିଏ ପଟେ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରୁ ବୋଲି ବୟାନବାଜି ଚାଲିଥିବା ବେଳେ ଅନ୍ୟପଟେ କ୍ରାଇମ୍ବ୍ରାଞ୍ଚର ନୋଟିସ୍ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଥିଲା । ନବଙ୍କ ପରିବାରକୁ କ୍ରାଇମ୍ବ୍ରାଞ୍ଚର ଏହି ନୋଟିସ୍ ପରେ ଏବେ ସବୁ ମହଲରେ ଚର୍ଚ୍ଚା ଯେ କ୍ରାଇମ୍ବ୍ରାଞ୍ଚକୁ କ’ଣ କହିବେ ଦୀପାଳି ଓ ବିଶାଳ ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି ? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ ? ହେଲେ ଦୀପାଳି ଓ ବିଶାଳ ଆଜି ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି ।