ରାଜ୍ୟରେ ଆରମ୍ଭ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ : ରାଜସ୍ବ ମନ୍ତ୍ରୀ

ରାଜ୍ୟରେ ଆରମ୍ଭ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ : ରାଜସ୍ବ ମନ୍ତ୍ରୀ

ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ପାର୍ଟ ପ୍ଲଟିଂ ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ରାଜସ୍ଵ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ । ମାର୍ଚ୍ଚ ଶେଷ ସୁଦ୍ଧା ଡ୍ରାଫ୍ଟକୁ ତର୍ଜମା କରି ସଂଶୋଧନ କରାଯିବ ପରେ ମୋଡାଲିଟି ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରାଯିବ । ରାଜସ୍ବ ହାନି ହେଉଥିବାରୁ ଏହି ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । ପ୍ଳଟିଙ୍ଗ ପାଇଁ ମଧ୍ୟ ନୂଆ ଗାଇଡଲାଇନ ଆସିବ ।  ଯେଉଁମାନେ ପ୍ଲଟ୍‌ କିଣିବେ ସେମାନେ ରାସ୍ତା ଏବଂ ଆନୁସାଙ୍ଗିକ ସୁବିଧା ପାଇବେ । ଡ୍ରାଫ୍ଟକୁ ଅଧୟନ କରାଯିବ । ଆବଶ୍ୟକ ପଡିଲେ ଆଉ କିଛି ନିୟମାବଳି ଯୋଡ଼ାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି । ରେରା ଓଡିଏ ମଧ୍ୟ ଏହି ଡ୍ରାଫ୍‌କୁ ତର୍ଜମା କରିବ । ମାର୍ଚ୍ଚ ମାସ ସୁଦ୍ଧା ସଂଶୋଧନ ଏବଂ ସ୍ପଷ୍ଟୀକରଣ ଯାହା ଆବଶ୍ୟକତା ଅଛି ନୋଟିଫିକେସନ ହେବ । ୫ହଜାର ସ୍କୋୟାର ଫୁଟ ପର୍ୟ୍ୟନ୍ତ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମୋଡାଲିଟି ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ଡ୍ରାଫ୍ଟ ତିଆରି କରିବାକୁ କହିଥିଲା ରାଜସ୍ବ ବିଭାଗ ।