ବଦଳିଲା ନବୀନ ନିବାସ ଚିତ୍ର : ଉଠିଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲା ସୁରକ୍ଷାକର୍ମୀଙ୍କ ସଂଖ୍ୟା

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳିଛି ନବୀନ ନିବାସର ଚିତ୍ର । ବିଜେଡି ସରକାର କ୍ଷମତାରୁ ବାହାରିବା ପରେ ଏବଂ ନୂଆ ସରକାର ଶପଥ ନେବାର ଠିକ୍ ଦିନକ ପରେ ହିଁ ନବୀନ ନିବାସରେ କିମିଛି ସୁରକ୍ଷାକର୍ମୀଙ୍କ ସଂଖ୍ୟା । ଏହା ସହ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ କ୍ୟାମ୍ପକୁ ଉଠାଯାଇଛି ।
ନବୀନ ନିବାସ ଆଗରେ କରାଯାଇଥିବା ପୋଲିସ କ୍ୟାମ୍ପର ସାମଗ୍ରୀକୁ ମଧ୍ୟ ବାହାର କରାଯାଇଛି । ଗତକାଲି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ନବୀନ ପଟ୍ଟନାୟକ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରୋଟୋକଲ୍ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁରକ୍ଷାକୁ ହଟାଇ ଦିଆଯାଇଛି । ଆଉ ଏବେ ଏସବୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ।