ଇପିଏଫ୍ ସୁଧହାର ୮.୨୫%
ନୂଆଦିଲ୍ଲୀ: ୨୦୨୫ ଆର୍ଥିକ ବର୍ଷରେ ୮.୨୫%କୁ ବୃଦ୍ଧି ହୋଇଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର (ଇପିଏଫ୍) ବାର୍ଷିକ ସୁଧହାର । ଏଣୁ ଦେଶସାରା ପ୍ରାୟ ୭କୋଟି ହିତାଧିକାରୀ ଏହାର ଲାଭ ପାଇପାରିବେ ବୋଲି କୁହାଯାଇଛି । ତେବେ ଗତ ଫେବ୍ରୁଆରୀ ୨୮ରେ ଇପିଏଫ୍ଓ ଉପରେ ଉପରୋକ୍ତ ପରିମାଣର ସୁଧହାର ବୃଦ୍ଧି ପାଇଁ ଶ୍ରମ ବିଭାଗ ପକ୍ଷରୁ ଅର୍ଥମନ୍ତ୍ରାଳୟକୁ ପ୍ରସ୍ତାବ ଦିଆଯାଇଥିଲା । ବହୁ ଆଲୋଚନା ପର୍ଯ୍ୟାଲୋଚନା ତଥା ବିଚାରବିମର୍ଷ ପରେ ଆଜି ଏହି ସୁଧହାରକୁ ଅର୍ଥମନ୍ତ୍ରାଳୟ ପକ୍ଷରୁ ବୃଦ୍ଧି କରାଯାଇଥିଲା ଘୋଷଣା କରାଯାଇଛି । ଏ ସମ୍ପର୍କରେ ଶ୍ରମ ମନ୍ତ୍ରାଳୟ, ଅର୍ଥମନ୍ତ୍ରାଳୟ ସହ ଯୋଗାଯୋଗ କରି ସମନ୍ୱୟ ଭିତ୍ତିରେ ଆଲୋଚନା ପୂର୍ବକ ଏହି ପରିମାଣର ସୁଧହାରକୁ ବୃଦ୍ଧି କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଗତ ଫେବ୍ରୁଆରୀ ୨୮ରେ ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଇପିଏଫ୍ଓ ବୋର୍ଡ ସଦସ୍ୟଙ୍କୁ ନେଇ ଇପିଏଫ୍ଓ ପକ୍ଷରୁ ୨୩୭ତମ ବୈଠକ ବସିଥିଲା ଏବଂ ଏହି ବୈଠକରେ ୮.୨୫% ସୁଧହାର ବୃଦ୍ଧି ପାଇଁ ଆଲୋଚନା ହୋଇଥିଲା ।