ମୋତେ ଅସମ୍ମାନୀତ କରିଥିବା ଲୋକଙ୍କୁ ଜବାବ ଦିଅ

ମୋତେ ଅସମ୍ମାନୀତ କରିଥିବା ଲୋକଙ୍କୁ ଜବାବ ଦିଅ

ମୋତେ ଅସମ୍ମାନୀତ କରିଥିବା ଲୋକଙ୍କୁ ଜବାବ ଦିଅ

ଜୟ ଜଗନ୍ନାଥ । ପ୍ରିୟ ଭାଇ ଓ ଭଉଣୀମାନେ ନମସ୍କାର । ସାଢେ଼ ୪ କୋଟି ଓଡ଼ିଶାବାସୀଙ୍କୁ ମୁଁ ବିଜୁ ପରିବାର ଭାବି ସେବା କରିଆସୁଛି । ସୁଖରେ ଦୁଃଖରେ ମୁଁ ସବୁବେଳେ ମୁଁ ଆପଣଙ୍କ ସାଥିରେ ଅଛି । କୋଭିଡ଼ ମୁକାବିଲା ହେଉ ଅବା ବନ୍ୟା ବାତ୍ୟା ହେଉ, ମୁଁ ସବୁବେଳେ ଆପଣଙ୍କ ପଛରେ ଛିଡ଼ାହୋଇଛି । ଏବଂ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିବି । ମିଶନ ଶକ୍ତିର ମା’ମାନଙ୍କ ସଫଳତା ମୋତେ ବହୁତ ଖୁସିଦେଇଛି । ସେହିପରି ଆମର ଯୁବପୀଢ଼ି ଆଜି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଯୁବଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଏବଂ ଦେଶରେ ନମ୍ବର ୱାନ କରିବ । ଦୁଃଖର କଥା ବାହାରର ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଟାର୍ଗେଟ କରୁଛନ୍ତି । କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ଆପଣ ଭଲଭାବେ ଜାଣନ୍ତି, ମୁଁ କାହାକୁ କେବେ ଅସମ୍ମାନ କରେନାହିଁ । କଟୁ କଥା କୁହେନାହିଁ । ଆପଣମାନେ ବିଶେଷକରି, ମୋମା’ମାନେ, ଯୁବବର୍ଗମାନେ ମୋ ପ୍ରତି ଏଭଳି ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କର ଆଶୀର୍ବାଦ ସବୁବେଳେ ଓଡ଼ିଶା ସାଥିରେ ଅଛି ଓ ରହିଥିବ । ଜୟ ଜଗନ୍ନାଥ ।