ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଜବାବ , ' ମୋ ଦେହ ସୁସ୍ଥ ଅଛି'

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଜବାବ
‘ମୋ ଦେହ ସୁସ୍ଥ ଅଛି’
ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାର ଏକ ନିର୍ବାଚନ ସଭାରେ ମୋର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି କହିଛନ୍ତି । ଏନେଇ ସେ ତଦନ୍ତ କରିବେ ବୋଲି କହିଛନ୍ତି । ଯଦି ସେ ସତରେ ମୋ ସ୍ୱାସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଥା’ନ୍ତେ ତାହେଲେ ଜଣେ ଭଲ ବନ୍ଧୁ ଭାବେ ଫୋନ କଲ କରି ପଚାରି ପାରିଥା’ନ୍ତେ । ବିଜେପିର ଅନେକ ନେତା ମୋର ସ୍ୱାସ୍ଥ୍ୟବସ୍ଥା ନେଇ ଅପପ୍ରଚାର କରୁଛନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୁଁ ଗତ ମାସେ ହେଲା ସାରା ରାଜ୍ୟ ବୁଲି ପ୍ରଚାର ମଧ୍ୟ କରୁଛି । ମୋର ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ନଦେଇ କୋଇଲା ରୟାଲଟି ବୃଦ୍ଧି ସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କଲେ ଓଡ଼ିଶାବାସୀ ଏହାର ସୁଫଳ ପାଇପାରିବେ । ମୁଁ ଏବେ ନିମାପଡ଼ା ଯାଇ ପ୍ରଚାର କରିବେ ।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତିଯେ, ମୋର ଦେହ ଠିକ୍ ଅଛି । ନହେଲେ ଏଭଳି ଗରମରେ ଏତେ ପ୍ରଚାର କରିପାରନ୍ତି ନାହିଁ । ଯଦି ମୋ ସ୍ୱାସ୍ଥ୍ୟବସ୍ଥା ନେଇ ସେ କମିଟି ଗଠନ କରନ୍ତି, ତେବେ ପ୍ରଥମେ ମୋର ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା ଲୋକଙ୍କର ତଦନ୍ତ କରନ୍ତୁ । ଏବେ ନିର୍ବାଚନ ସମୟ, କିଏ କ’ଣ ତାହା ଭୋଟରେ ଜଣାପଡ଼ିବ ବୋଲି ନବୀନ କହିଛନ୍ତି ।