କିଏ ହେବ ଭୋଟରଙ୍କ ପ୍ରଥମ ପସନ୍ଦ?
ବାଲେଶ୍ୱରରୁ ସରୋଜ ପଣ୍ଡା :
ଚଳିତ ନିର୍ବାଚନରେ ରୋଚକ ହେବାକୁ ଯାଉଛି ବାଲେଶ୍ୱର ସଦର ବିଧାନସଭା ଆସନ । ଏହି ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ସମେତ ବହୁଜନ ସମାଜ ପାର୍ଟି, ନବଭାରତ ନିର୍ମାଣ ସେବା ପାର୍ଟି ଏବଂ ଦୁଇ ସ୍ୱାଧୀନଙ୍କୁ ମିଶାଇ ୭ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରଚାରକୁ ଆଉମାତ୍ର ଗୋଟିଏ ଦିନ ଥିବା ବେଳେ ପ୍ରାର୍ଥୀମାନେ ଏବେ ସେମାନଙ୍କର ଶେଷ ପ୍ରୟାସ ଲଗାଇ ଦେଇଛନ୍ତି । ତେବେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀଣ୍ଣ ହୋଇଥିବା ୭ ପ୍ରାର୍ଥୀଙ୍କ ମଧ୍ୟରୁ କାହା ପ୍ରତି ଅଧିକ ସମର୍ଥନ ରହିବ ତାକୁ ନେଇ ଏବେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ନିର୍ବାଚନୀ ତଥ୍ୟ ଅନୁଯାୟୀ, ୨୦୧୪ ମସିହା ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ସର୍ବାଧିକ ୩୨.୮୨ ପ୍ରତିଶତ ଅର୍ଥାତ ୪୭,୬୧୫ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଏଥିରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କୁ ୨୬.୦୭ ପ୍ରତିଶତ (୩୭୮୨୪ ଖଣ୍ଡ), କଂଗ୍ରେସ ପ୍ରାର୍ଥୀ ଅରୁଣ ଦେଙ୍କୁ ୧୯.୭୫ ପ୍ରତିଶତ (୨୮୬୫୦ ଖଣ୍ଡ), ସ୍ୱାଧୀନ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକଙ୍କୁ ୧୭.୦୪ ପ୍ରତିଶତ (୨୪୭୨୦ ଖଣ୍ଡ) ଭୋଟ ମିଳିଥିଲା । ସେହିଭଳି ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪,୮୧୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ୬୧,୪୦୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଏବଂ କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ୧୯,୭୦୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ମାତ୍ର ୨୦୨୦ ଉପ ନିର୍ବାଚନରେ ସ୍ଥିତି ବଦଳି ଥିଲା । ଏଥିରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ମୁଖ ଲଢ଼େଇ ହୋଇଥିଲା । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୮୪,୦୯୭ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ କୁମାର ଦତ୍ତଙ୍କୁ ୭୦,୭୪୬ ଖଣ୍ଡ ଭୋଟ ମିଳିଥିବାବେଳେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୪,୯୮୩) ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ । ତେବେ ଚଳିତ ନିର୍ବାଚନରେ ୫,୮୬୪ ନୂଆ ଭୋଟର ସଂଯୁକ୍ତ ହେବାପରେ ସଂଖ୍ୟା ୨,୨୯,୨୨୧ରେ ପହଞ୍ଚିଛି । ଗତ ୩ ର୍ନିବାଚନରେ ବିଜେଡିର ଭୋଟ ହାର ୩୨.୮୨ ପ୍ରତିଶତରୁ ବୃଦ୍ଧି ପାଇ ୫୧.୮ରେ ପହଞ୍ଚିଥିବାବେଳେ ବିଜେପିର ମଧ୍ୟ ୨୬.୦୭ ପ୍ରତିଶତରୁ ବଢ଼ି ୪୩.୫୮ ଛୁଇଁଛି । ଅନ୍ୟପକ୍ଷରେ କଂଗ୍ରେସର ଭୋଟ ହାର ୧୯.୭୫ ପ୍ରତିଶତରୁ ଖସି ୩.୦୭ରେ ପହଞ୍ଚିଛି । ଏହି ନିର୍ବାଚନରେ ବିଜେଡିରୁ ସ୍ୱରୂପ କୁମାର ଦାସ, ବିଜେପିରୁ ମାନସ କୁମାର ଦତ୍ତ, କଂଗ୍ରେସରୁ ମୋନାଲିସା ସାମଲ ପ୍ରାର୍ଥୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବିକ୍ରମ କେଶରୀ ପଣ୍ଡା ମଧ୍ୟ ଦୌଡ଼ରେ ଅଛନ୍ତି । ଭୋଟରଙ୍କୁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଦଳୀୟ ନୀତି ଆଦର୍ଶ ତଥା କ୍ଷମତାସୀନ କାଳର ସଫଳତା ତଥା ଆଗାମୀ ଦିନର ସମ୍ଭାବନାର ସ୍ୱପ୍ନ ଦେଖାଇ ·ଲିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ନିଜର ଲୋକସମ୍ପର୍କକୁ ଆୟୁଧ କରି ଭୋଟରଙ୍କୁ ଭେଟୁଛନ୍ତି । ଭୋଟରଙ୍କ ଆଗରେ ୪ ପ୍ରାର୍ଥୀ ସ୍ୱପ୍ନର ପାହାଡ଼ ଉଭା କରାଇ ·ଲିଥିବା ଏଥର କାହା ଭାଗରେ ଅଧିକ ଭୋଟ ପଡ଼ିବ ତାହାକୁ ନେଇ ସବୁଠି ·ଲିଛି ଚର୍ଚ୍ଚା । କେଉଁ ପ୍ରାର୍ଥୀଙ୍କୁ ଲୋକେ ଅଧିକ ପସନ୍ଦ କରିବେ, କେଉଁ ପ୍ରାର୍ଥୀ ର୍ନିଣ୍ଣାୟକ ଭୂମିକା ଗ୍ରହଣ କରିବେ, କିଏ କାହା ପାଇଁ କଣ୍ଟା ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।