ନବୀନଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା : ବିଜେଡି ନେତା

ଭୁବନେଶ୍ୱର : ଓ୍ବକ୍ଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ । ଦଳର ଅଧେ ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ କରୁଛନ୍ତି। ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା ପାଣ୍ଡିଆନଙ୍କ ସପକ୍ଷରେ ପୋଷ୍ଟ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି । ଯାହା ସବୁ ହେଉଛି ଦଳ ପାଇଁ କ୍ଷତିକାରକ, ଏହାର ଯବନିକା ପଡ଼ିବା ଉଚିତ। ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି, ତାଙ୍କୁ ଚର୍ଚ୍ଚା କରି ଦଳର କ୍ଷତି କରୁଛନ୍ତି। ଏହା ଉପରେ ଶୀଘ୍ର ସଭାପତି ପୂର୍ଣ୍ଣଛେଦ ପକାଇବା ଉଚିତ । ଅଧିକ ବିଳମ୍ବ କରିବା ଠିକ ହେଉନି ବୋଲି ପଦ୍ମନାଭ କହିଛନ୍ତି। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରହିଛି। ରାଜ୍ୟ ସଭା ଏମ୍ପି ମୁନା ଖାନ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ ଭେଟିଛନ୍ତି। ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ହେବ ସୁପ୍ରିମୋ କହିଥିବା ସେ ପ୍ରକାଶ କରିଛନ୍ତି।