୨୪ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲା ପାଇଁ ଘଡ଼ଘଡ଼ି ସହ ବର୍ଷା ; ସତର୍କ ସୂଚନା ଜାରି

୨୪ଘଣ୍ଟା ମଧ୍ୟରେ ୧୫ଟି  ଜିଲ୍ଲା ପାଇଁ ଘଡ଼ଘଡ଼ି ସହ ବର୍ଷା  ; ସତର୍କ ସୂଚନା ଜାରି

ଭୁବନେଶ୍ୱର, : ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଆଉକିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଗତକାଲି କାଳବୈଶାଖୀର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି ।  ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ୧୫ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ।