‘ଶକ୍ତି ପରିବର୍ତ୍ତନର ନେତୃତ୍ୱ ନେଉଛି ଓଡ଼ିଶା’

ଭୁବନେଶ୍ୱର : ଭୁବନେଶ୍ୱରର ମେଫେୟାର ଠାରେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ସରକାରଙ୍କ ବିଭିନ୍ନ ବିଭାଗ, ଶିଳ୍ପ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ବିଶିଷ୍ଟ ବ୍ୟକ୍ତିବିଶେଷ ଏକାଠି ହୋଇଥିଲେ । କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ । ଶକ୍ତି ବିଭାଗ ସଚିବ ବିଶାଳ ଦେବ, ଗ୍ରୀଡକୋ ଏମ୍ଡି ଡ ସତ୍ୟ ପ୍ରିୟ ରଥ,  ଦକ୍ଷିଣ ଏସିଆ (ଶକ୍ତି) ନିଦେ୍ର୍ଦଶକ ସୁଶ୍ରୀ ସୁଜାତା ଗୁପ୍ତା, ଶକ୍ତି ସଷ୍ଟେନେବଲ୍ ଏନର୍ଜି ଫାଉଣ୍ଡେସନ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରେୟମ୍ସା ବୈରିଗଞ୍ଜନ, ଏବଂ ପିଡବ୍ଲୁ୍ୟସି ପାର୍ଟନର ପଦମ ପ୍ରକାଶ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।
ଏ ଅବସରରେ ଶକ୍ତିମନ୍ତ୍ରୀ କହିଥିଲେ, ଜାତୀୟ ଶକ୍ତି ପରିବର୍ତ୍ତନରେ ଓଡ଼ିଶା ନେତୃତ୍ୱ ନେଉଛି । ଶକ୍ତି ପରିବର୍ତ୍ତନ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଏହି ନୀତି ଏକ ରଣନୈତିକ ରୋଡମ୍ୟାପ୍ । ଯାହା ନବସୃଜନ ଓ ପ୍ରଗତିକୁ ଆଗେଇ ନେବା ପାଇଁ ଡିଜାଇନ୍ କରାଯାଇଛି । 
ସେହିପରି ଶକ୍ତି ବିଭାଗ ସଚିବ ବିଶାଳ ଦେବ କହିଥିଲେ, ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତିର ଡ୍ରାଫ୍ଟ ଏକ ଭବିଷ୍ୟତମୁଖୀ ଢାଞ୍ଚା । ଯାହା ନବୀକରଣୀୟ ଶକ୍ତି, ଶକ୍ତି ଦକ୍ଷତା ଏବଂ ସବୁଜ ନିଯୁକ୍ତିକୁ ସମନ୍ୱିତ କରିଥାଏ । ଏଡ଼ିବିର ଆଞ୍ଚଳିକ ନିଦେ୍ର୍ଦଶକ ସୁଜାତା ଗୁପ୍ତା, ଓଡ଼ିଶାର ଦୃଷ୍ଟିକୋଣ ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରିଥିଲେ । ଶକ୍ତି ସଷ୍ଟେନେବଲ୍ ଏନର୍ଜି ଫାଉଣ୍ଡେସନ୍ କାର୍ଯ୍ୟକ୍ରମ ମୁଖ୍ୟ ବୈରିଗଞ୍ଜନ, ଓଡ଼ିଶାର ସକ୍ରିୟ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ପିଡବ୍ଲୁ୍ୟସିର ପାର୍ଟନର ପଦମ୍ ପ୍ରକାଶ, ତଥ୍ୟ-ଚାଳିତ ଯୋଜନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।