ସୌଭାଗ୍ୟନଗରରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ 

 ଭୁବନେଶ୍ୱର :  ସୁନାର ଚାହିଦା ବୃଦ୍ଧିକୁ ଦେଖି  ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ର ତୃତୀୟ ସୋରୁମ ଭୁବନେଶ୍ୱର ସୌଭାଗ୍ୟନଗର ଠାରେ ଉଦଘାଟନ ହୋଇଯାଇଛି । ଏହି ଅତ୍ୟାଧୁନିକ ସୋ’ରୁମ୍‌ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ କିଣାକିଣି ଅନୁଭୂତି ପ୍ରଦାନ କରିବ । ଯେଉଁଠାରେ ପ୍ରତ୍ୟେକ ଅବସର ନିମନ୍ତେ ବହୁବିଧ ବର୍ଗର ଡିଜାଇନ ଓ ଷ୍ଟାଇଲ ପ୍ରଦର୍ଶିତ ହେଉଛି । ଗ୍ରାହକମାନଙ୍କୁ ଉନ୍ନତତ୍ତର କାରିଗରୀ ଏବଂ ଅତୁଳନୀୟ ସେବା ଯୋଗାଇଦେବା ନିମନ୍ତେ ବ୍ରାଣ୍ଡ୍‌ର ପ୍ରତିବଦ୍ଧତା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହୋଇଛି । 
ଓଲିଉଡ୍ ଅଭିନେତା ତଥା ମାଲାବାର ଜୁଏଲର୍ସ ର ବ୍ରାଣ୍ଡ ଆମ୍ବାସଡର ସବ୍ୟସାଚୀ ମିଶ୍ର ଏବଂ ବିଏମ୍ସି ମେୟର ସୁଲୋଚନା ଦାସ ଶୁକ୍ରୁବାର ସୌଭାଗ୍ୟନଗର ଶାଖାକୁ ଉଦଘାଟନ କରିଥିଲେ । ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ର ଭାରତ, ମଧ୍ୟପ୍ରାଚ୍ୟ, ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ୧୩ଟି ରାଷ୍ଟ୍ରରେ ୩୮୦ରୁ ଅଧିକ ସୋ’ରୁମ୍‌ ସହିତ ବୈଶ୍ୱିକ ଉପସ୍ଥିତି ରହିଛି । ଏହାର ବିପୁଳ କଲେକ୍ସନ, ଅତୁଳନୀୟ ଗୁଣବତ୍ତା ଏବଂ ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟ ପାଇଁ ସୁଖ୍ୟାତି ଅର୍ଜନ କରିଥିବା ଏହି ବ୍ରାଣ୍ଡ୍‌ ଚଳିତ ମାର୍ଚ୍ଚରେ ଭାରତର ବିଭିନ୍ନ ସ୍ଥାନରେ ୧୨ଟି ନୂଆ ସୋ’ରୁମ୍‌ ଉଦଘାଟନ  ସମ୍ପ୍ରସାରିତ କରୁଛି । ଏହି ନୂଆ ସୋ’ରୁମ୍‌ ଭାରତୀୟ ଜୁଏଲାରୀ ବଜାରରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ର ନେତୃତ୍ୱକୁ ପୁନଃ ସୁଦୃଢ କରିବ । ଏହି ଅବସରରେମାଲବାର ଗ୍ରୁପ  ଚେୟାରମ୍ୟାନ ଏକ ବିବୃତିରେ କହିଛନ୍ତି “ସମଗ୍ର ଭାରତରେ ଜନସାଧାରଣଙ୍କୁ ବିଶ୍ୱଶ୍ରେଣୀର ଗହଣା ଯୋଗାଇଦେବାକୁ ଆମର ଯାତ୍ରା ଜାରି ରଖି ସୌଭାଗ୍ୟନଗର ଠାରେ ୩ୟ  ସୋ’ରୁମ୍‌ ଉଦ୍‌ଘାଟନ କରି ଆମେ ବହୁ ଆନନ୍ଦିତ । ଆମର କାରିଗରୀ ଏବଂ ନୈତିକତାପୂର୍ଣ୍ଣ କାର୍ଯ୍ୟାଭ୍ୟାସକୁ ନେଇ ଗର୍ବ ଅନୁଭବ କରୁଛୁ  । ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ନୂତନ ଡିଜାଇନ ଆଣିଦେଇଛୁ ଯାହାକି ଲୋକଙ୍କ ସ୍ମରଣୀୟ ହେଇ ରହିବ ।