କେନାଲ ଖନନ ଅନିୟମିତତା ଘଟଣା : ଚାଷୀଙ୍କ ଅଭିଯୋଗକୁ ଫୁ

 କାକଟପୁର : କାକଟପୁର ଜଳସେଚନ ବିଭାଗ ଦ୍ୱାରା ଅସ୍ତରଙ୍ଗରେ କେନାଲ ସଫେଇରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରସଙ୍ଗ, ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବିଭାଗୀୟ ଅଧିକାରୀ । କିନ୍ତୁ ଦୁଃଖର କଥା ଉକ୍ତ କେନାଲ ସଫେଇ କାର୍ଯ୍ୟ କରୁଥିବା ଠିକାଦାରକୁ ଘଣ୍ଟ ଘୋଡାଇ ଚାଷୀଙ୍କ ଅଭିଯୋଗକୁ ବିଭାଗୀୟ ଅଧିକାରୀ ଫୁ’ କରି ଦେଇଥବବା ଅଭିଯୋଗ ହୋଇଛି ।ଅଧିକାରୀଙ୍କ ପ୍ରତିକ୍ରିୟାରେ ଥିଲା କେବଳ  ଠିକା ସଂସ୍ଥାର କଥା ଏବଂ କୌଣସି ପରିସ୍ଥିତିରେ କେନାଲ ଖନନର ଅନିୟମିତତା ଆଡକୁ ଦୃଷ୍ଟି ନିକ୍ଷେପ କରିବାକୁ ଇଛା ପ୍ରକାଶ କରିନଥିଲେ । ଘଟଣା ସ୍ଥଳରେ ଜଣେ ଚାଷୀ ଦେଇଥିବା ଭିଡିଓ ବୟାନକୁ ଅଧିକାରୀଙ୍କ ଗୋଚରକୁ ଅଣାଯାଇଥିଲା । ମାତ୍ର ଅଧିକାରୀ ଏହି ଭିଡିଓ ସଫେଇ ପୂର୍ବର କହି ଏଡାଇ ଦେଇଥିଲେ । କିନ୍ତୁ ଅଧିକାରୀ ଭୁଲିଯାଇଛନ୍ତି ଉକ୍ତ ବୟାନ ରେକର୍ଡରେ ସମୟ ତାରିଖ ଉଲ୍ଲେଖ ରହିଛି । କେବଳ ଗୋଟେ କଥା ତାଙ୍କ ମୁଁହରେ ଥିଲା କାର୍ଯ୍ୟ  ସୁଚାରୁ ରୂପେ ଚାଲୁଛି । କେବଳ ମେସିନ କାମ କରୁଛି ଯେଉଁଠି ଶ୍ରମିକଙ୍କ କାର୍ଯ୍ୟ ରହୁଛି ସେଠି କେବେ କେତେବେଳେ ଶ୍ରମିକ ନିୟୋଜିତ ହେଉଛନ୍ତି । ସେ ପ୍ରଶ୍ନର ଉତ୍ତର ଗଣମାଧ୍ୟମ ସାମ୍ନାରେ ଆଦୌ ରଖିଲେ ନାହିଁ ଜଳସମ୍ପଦ ଅଧିକାରୀ । ବରଂ କହିଲେ ଉପର ମୁଣ୍ଡରୁ ପାଣି ନଆସିଲେ କେମିତି କେନାଲରେ ପାଣି ଆସିବ? ସ୍ଥାନୀୟ ଅଞ୍ଚଳରେ ଦିଗବନ୍ତ ନେତା ସ୍ୱର୍ଗୀୟ ସୁରେନ୍ଦ୍ର ନାଥ ନାୟକଙ୍କ କଥାକୁ କିଛି ବୁଦ୍ଧିଜୀବୀ ଆଲୋଚନା କରିଥିଲେ । ଯେତେବେଳେ ଏହି ବ୍ୟକ୍ତି ମନ୍ତ୍ରୀ ଥିଲେ ନିଜେ ଆସି କେନାଲ ଖନନ ଆଉ ଏହାର ନିରାପତ୍ତାକୁ ସଦା ସର୍ବଦା ଦୃଷ୍ଟି ଦେଉଥିଲେ । ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜୀବୀ ଅଧିକାରୀଙ୍କ ତଦନ୍ତକୁ ନେଇ କ୍ଷୋଭ ପ୍ରକାଶ କରିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ  କରିବାକୁ ଦାବି କରିଛନ୍ତି ।