ଦେବ ପ୍ରସାଦ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିଦେ୍ର୍ଦଶକ

 ଭୁବନେଶ୍ୱର : ବରିଷ୍ଠ ଓଏଏସ ଅଧିକାରୀ ଦେବ ପ୍ରସାଦ ଦାସଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିଦେ୍ର୍ଦଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ଶ୍ରୀ ଦାସଙ୍କର ବେଶ୍ ସୁନାମ ରହିଛି  ।
ବିଜେଡ଼ି ସରକାର ଅମଳରେ ସେ ସରକାରୀ ଆକ୍ରୋଶର ଶିକାର ହୋଇଥିଲେ  । ତାଙ୍କୁ ଉଦେ୍ଦଶ୍ୟମୂଳକ ଭାବେ ନିଲମ୍ବିତ କରାଯାଇଥିଲା  । କିନ୍ତୁ ୨୦୨୪ ଜୁଲାଇ ୨୫ରେ ତାଙ୍କୁ ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଇଥିଲେ  । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ସେ ଦାୟିତ୍ୱରେ ଯୋଗ ଦେଇଥିଲେ  । ଏବେ ତାଙ୍କୁ ଉକ୍ତ ବିଭାଗ ସହ ଅତିରିକ୍ତ ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯାଇଛି  ।