ଅନେକ ସମସ୍ୟାର ସାମ୍ନା କରୁଛି ଏବେ ଦେଶ: ନୀତିନ ଗଡ଼କରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଦେଶ ଏବେ ଯେଉଁ ସମସ୍ୟା ଦେଇ ଗତି କରୁଛି ତା ବାବଦରେ ମୁଁ କିଛି କହିବି ନାହିଁ । ହେଲେ ମୋତେ ଲାଗୁଛି ବିଶ୍ୱ ମୁଣ୍ଡ ନୁଆଁଇବ କେବଳ ବିଶ୍ୱର ମୁଣ୍ଡ ଭାରତ ପାଖରେ ନୁଆଁଇବା ଭଳି ଭାରତରେ ଜଣେ ମଜବୁତ ଲୋକର ଆବଶ୍ୟକତା ରହିଛି । ଶନିବାର ଦିନ ବିଶେଶ୍ୱରାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏଭଳି କହିଛନ୍ତି । ଗଡ଼କରୀ ଏହି କାର୍ଯ୍ରକ୍ରମରେ ରାଷ୍ଟ୍ରଭକ୍ତିର ସଜ୍ଞା ବି କହିଛନ୍ତି । ସେ କହିଛନ୍ତି ଦେଶର ଆମଦାନି କମ୍ କରି ରପ୍ତାନୀ ବଢାଇବା ହେଉଛି ରାଷ୍ଟ୍ରଭକ୍ତି । ବିଶ୍ୱଗୁରୁ ହେବାକୁ ହେଲେ ଦେଶର ରପ୍ତାନୀ ବଢ଼ାଇବାକୁ ପଡ଼ିବ । ସେ କହିଛନ୍ତି କି, ଦେଶରେ ଉପୁଜୁଥିବା ସମସ୍ୟାର ସମାଧାନ କେବଳ ବିଜ୍ଞାନ, ଟେକ୍ନୋଲୋଜି ଓ ଜ୍ଞାନ ଦ୍ୱାରା ସମାଧାନ କରାଯାଇପାରିବ । ଯଦି ଆମେ ଆମର ଉଚିତ୍ ବ୍ୟବହାର କରିପାରିବା ତେବେ ବିଶ୍ୱ ଆମ ପାଖରେ ମୁଣ୍ଡ ନୁଆଁଇବ ।
ଆମେରିକା ରାଷ୍ଟ୍ରପତି ଭାରତ ଉପରେ ପୁଣି ୨୫ ପ୍ରତିଶତ ଅତିରିକ୍ତ ଶ୍ଳୁକ ଲଗାଇବାର ୩ ଦିନ ପରେ ଗଡ଼କରୀ ଏହା କହିଛନ୍ତି । ଟ୍ରମ୍ପଙ୍କ ଅତିରିକ୍ତ ୨୫ ପ୍ରତିଶତ ଶ୍ଳୁକ ଅଗଷ୍ଟ ୨୭ ତାରିଖରୁ ଲାଗୁ ହେବ, ଏବେ ଭାରତ ଉପରେ ଟ୍ରମ୍ପ ମୋଟ ୫୦ ପ୍ରତିଶତ ଶ୍ଳୁକ ଲଗାଇଛନ୍ତି । ଗଡ଼କରୀ କହିଛନ୍ତି ଆର୍ଥିକ ଭାବେ ସମ୍ପର୍ଣ୍ଣ ଥିବା କିଛି ଦେଶ ଏବେ ଦାଦାଗିରି ଆରମ୍ଭ କରିଛନ୍ତି । ସେମାନଙ୍କ ପାଖରେ ଟେକ୍ନୋଲୋଜି ରହିଛି । ଯଦି ଆମ ପାଖକୁ ସେମାନଙ୍କ ଠାରୁ ଉନ୍ନତ ଟେକ୍ନୋଲୋଜି ଓ ରିସୋର୍ସ ଆସିବ ତେବେ ବି ଭାରତ ଦାଦାଗିରି କରିବ ନାହିଁ । ଆମର ସଂସ୍କୃତି କୁହେ ବିଶ୍ୱର କଲ୍ୟାଣ ହେଉ । ଆମେ ଆମର ଦେଶ ସହ ବିଶ୍ୱର କଲ୍ୟାଣ କଥା ଚିନ୍ତା କରିଥାଉ ।