ଡାକ୍ତରଖାନାରେ ଜନ୍ମଦିନ ପାଳିଲେ ଡାକ୍ତର ମଙ୍ଗରାଜ

 ଗୋପ:  ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ରହିଛନ୍ତି ଯିଏ କି ବିଗତ ୧୭ ବର୍ଷ ଧରି ନିଜର ଜନ୍ମଦିନକୁ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ନିଜର ଜନ୍ମଦିନ ପାଳିଥାନ୍ତି  ।  ସ୍ତ୍ରୀ ରୋଗ  ବିଶେଷଜ୍ଞ ଡକ୍ଟର ଶିବପ୍ରସାଦ ମଙ୍ଗରାଜଙ୍କ  ୬୨ତମ ଜନ୍ମଦିନ ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି  । ଏଥିଲେ ସମସ୍ତ ଷ୍ଟାଫ୍ ଓ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ବିଶେଷ ଏବଂ ଚିକିସôିତ ହେଉଥିବା ଏକାଧିକ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଗହଣରେ ପାଳିତ ହୋଇଯାଇଛି ଜନ୍ମଦିନ  । ଆଜି ମଧ୍ୟାହ୍ନରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଗୋପ ନିକଟସ୍ଥ ମା’ ଜାଗୁଳାଇ ମନ୍ଦିର ପ୍ରାଙ୍ଗରେ ଜନ୍ମଦିନ ପାଳନ ହୋଇଥିଲା  । ସଦାସର୍ବଦା ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତି ଡାକ୍ତର ମଙ୍ଗରାଜ  । ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ମାତ୍ର ଡାକ୍ତର ଯିଏ କି ସମସ୍ତ ରୋଗୀଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସହାୟକ ହୋଇଥାନ୍ତି, ଯଦିଓ ସିଏ ସ୍ତ୍ରୀ ରୋଗ ବିଶେଷଜ୍ଞ କିନ୍ତୁ ସମସ୍ତ ରୋଗୀ ତାଙ୍କୁ ହି ଅପେକ୍ଷା କରିଥାନ୍ତି  । ଅତ୍ୟନ୍ତ ଦରଦୀ ମଣିଷ ଟିଏ ! ଡାକ୍ତର ମଙ୍ଗରାଜ କହିଲେ ଗୋପ, କୋଣାର୍କ, ଚାରିଛକ, ନିମାପଡା ଆଦି ଅଞ୍ଚଳର ବ୍ୟକ୍ତିଙ୍କ ଅତି ପରିଚିତ  । ତାଙ୍କର ଜନ୍ମଦିନରେ ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଉପହାର ଓ ଉପ ଢ଼ୋକନ ଆଦି ପ୍ରଦାନ କରିଥିଲେ  । ବରିଷ୍ଠ ସାମ୍ବାଦିକ ଭାରତୀ ଭୂଷଣ ଉପାଧ୍ୟାୟ, ସୁବାସ ସେନାପତି, ସଚ୍ଚିଦାନନ୍ଦ ଗୋଛାୟତ, ସଞ୍ଜୟ ସେନାପତି, ପ୍ରଶାନ୍ତ ରାୟ, ଦୀପ୍ତି ରଞ୍ଜନ ସେଠୀ ପ୍ରଭୃତି ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ  । ଗୋପ ବ୍ଲକ ବିଜେପି ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ସ୍ୱାଇଁ, ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ଔଷଧ ଦୋକାନୀଙ୍କ ସମେତ ଧୁଶାସନ ପୃଷ୍ଠି ପ୍ରମୁଖ ବ୍ୟକ୍ତି ବିଶେଷ ଡାକ୍ତର ମଙ୍ଗରାଜଙ୍କ ଜନ୍ମଦିନରେ ଦୀର୍ଘାୟୁ କାମନା କରିଥିଲେ  ।