ହଜମ ସମସ୍ୟାର ସମ୍ମୁଖୀନ ହେଉଥିଲେ ,ଜାଣନ୍ତୁ.
ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଅନେକ ଲୋକ ହଜମଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି, ତେବେ କିଛି ଖାଦ୍ୟ ତାଲିକା ରହିଛି, ଯାହାକୁ ଖାଇବା ଦ୍ୱାରା ହଜମ ଭଲ ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରହିପାରିବ, ଜାଣନ୍ତୁ...
ଭିଟାମିନ୍-ସି ଭରପୂର ପରିମାଣରେ ଥାଏ କିୱିରେ। ଏଥିରେ ପ୍ରଚୁର ପରିମାଣର ଫାଇବର ମଧ୍ୟ ରହିଥାଏ, ଯାହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ। କିୱି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସୁସ୍ଥ ରହିଥାଏ।
ପେଟକୁ ସୁସ୍ଥ ରଖିବା ପାଇଁ ଅଦା ବେଶ୍ ଲାଭଦାୟକ। ଅଦାରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଭରପୂର ଥିବାରୁ ଏହା ପ୍ରଦାହ ଏବଂ ସଂକ୍ରମଣକୁ ଦୂରେଇ ରଖେ। ଅଦା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ ଅମ୍ଳତା ଭଳି ସମସ୍ୟା ମଧ୍ୟ ଦୂର ହୋଇଯାଏ ଏବଂ ହଜମ ଭଲ ରହିଥାଏ।