ଗୋଟିଏ ବିଜ୍ଞାପନରେ ଦୁଇଜଣଙ୍କୁ ନିଯୁକ୍ତି : ଯୋଗ୍ୟ ବିବେଚିତ ହେଲା ପରେ ବି ମିଳିଲାନି ସୁଯୋଗ
ଯାଜପୁର: ସରକାରୀ ଚାକିରୀ ଖଣ୍ଡିଏ ପାଇଁ କେତେ ଯେ କଷ୍ଟ କରିବାକୁ ପଡେ ତାହା ନ କହିବା ଭଲ । କିନ୍ତୁ ଏଠି ମିଛ ପ୍ରମାଣ ପତ୍ରରେ ମିଳିଛି ସରକାରୀ ଚାକିରୀ । ଯୋଗ୍ୟ ହୋଇମଧ୍ୟ ନିଯୁକ୍ତିରୁ ବଞ୍ଚିତ ହୋଇରହିଥିବା ଜଣେ ଭିନ୍ନକ୍ଷମ ପୁଣି ଆଇନର ଦ୍ୱାରସ୍ଥ ହୋଇଛନ୍ତି । ନିକଟରେ ତ୍ରିଲୋଚନ ପଲାଇ ନାମକ ଭିନ୍ନକ୍ଷମ କରିଥିବା ଅଭିଯୋଗ ଅନୁଯାଇ ତା ୧୪ା୧୨ା୨୦୦୯ରିଖରେ ଚିଠି ନମ୍ବର ୨୦୭-ଇରେ ଓଡିଶା ସରକାରଙ୍କ ପକ୍ଷରୁ ଏକ ବିଜ୍ଞାପନ ଜାରି ହୋଇଥିଲା । ଯେଉଁଥିରେ ଯାଜପୁର ଜିଲା ପାଇଁ ୧୨ଗୋଟି ଫାର୍ମାସିଷ୍ଟ ଆବଶ୍ୟକତା ଥିବା ଉଲ୍ଲେଖଥିଲା । ଇତି ମଧ୍ୟରୁ ଗୋଟିଏ ସିଟ୍ ଭିନ୍ନକ୍ଷମ ପାଇଁ ରିଜର୍ଭ ଥିଲା । ରିଜର୍ଭ ପୋଷ୍ଟ ପାଇଁ ମୋଟ ୧୩ ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ସେ (ତ୍ରିଲୋଚନ) ପ୍ରଥମ ସ୍ଥାନରେ ରହିଥିଲେ । ତ୍ରିଲୋଚନଙ୍କ ଅଭିଯୋଗ କି ଟଙ୍କା ଦିଆନିଆ କରାଯାଇ କମ୍ ମାର୍କ ରଖିଥିବା ଅମ୍ଳାନ ପାଣି ଓ ପରେଶ ମାଲିକ୍ଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ବିଜ୍ଞାପନରେ ସର୍ବାଧିକ ମାର୍କ ରଖିଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ ଉଲ୍ଳେଖ ଥିଲା । ତ୍ରିଲୋଚନ ସିରିଏଲ୍ ନମ୍ବର୍୧ରେ ୭୦.୯୫ ପ୍ରତିଶତ ମାର୍କ ଲୋକମୋଟର(ଅର୍ଥପେଡିକ୍)ରେ ରଖିଥିବା ବେଳେ ୫୦%ର ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଛନ୍ତି । ତା୨୦ା୩ା୨୦୧୦ରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟରେ ସାର୍ଟିଫିକେଟ୍ ତନଖି କରାଗଲା । ତ୍ରିଲୋଚନଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ନବୀକରଣ କରିବା ସହ ଓବିସି ସାର୍ଟିଫିକେଟ୍ ବଦଳରେ ଏସିଇବିସି ସାର୍ଟିଫିକେଟ୍ ଦେବାପାଇଁ ନିଦେ୍ର୍ଦଶ ଦେଇଥିଲେ ।
ଉକ୍ତ ନିଦେ୍ର୍ଦଶ ଅନୁଯାଇ ସେ ତା୬ା୪ା୨୦୧୦ରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଡାକ ବିଭାଗରେ ସମସ୍ତ କାଗଜ ପତ୍ର ପ୍ରଦାନ କରିଥିଲେ । କିନ୍ତୁ ପଲାଇଙ୍କୁ ଚାକିରୀ ନଦେଇ କ୍ରମିକ ନମ୍ବର୍୧୩ରେ ଥିବା ପରେଶ କୁମାର ମଲ୍ଲିକ୍ଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ତାଙ୍କର ଡି.ଫାର୍ମା ମାର୍କ ୫୭.୬୨% ଥିବାବେଳେ ଦୃଷ୍ଟି ବାଧିତ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ତା ୧୦ା୧୨ା୨୦୧୦ରିଖରେ ଚିଠି ନମ୍ବର୍ ୧୧୬୯ରେ ନିଯୁକ୍ତି ଦେଲେ । ନିଯୁକ୍ତିକୁ ସିରିଏଲ୍ ନମ୍ବର୍ ୬ରେ ଥିବା ଅମ୍ଳାନ କୁମାର ପାଣି ବିରୋଧ କରିନକଲି ଭିନ୍ନକ୍ଷମ (ଅର୍ଥପେଡିକ୍) ପ୍ରମାଣ ପତ୍ର ଶହ ଡି.ଫାର୍ମା ମାର୍କ ୬୨.୪୮ %ଥିବା ବେଳେ ସେ ମଧ୍ୟ ଓଏଟି (ଓଡିଶା ଟ୍ରିବୁନାଲ କୋର୍ଟ)ରେ ଏକ ମାମଲା ରୁଜୁ କରିଥିଲେ । ଓଏଟି (ଓଡିଶା ଟ୍ରିବୁନାଲ କୋର୍ଟ) ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଯାଜପୁରକୁ ସ୍ୱାସ୍ଥ୍ୟ ନିର୍ଦେଶକ ଓଡିଶାଙ୍କ ଦ୍ୱାରା ତଦନ୍ତ ନିର୍ଦେଶ ପ୍ରଦାନ କରିବା ସହିତ ପ୍ରଥମ ନିଯୁକ୍ତି ପାଇଥିବା ପରେଶ କୁମାର ମଲ୍ଲିକ୍ଙ୍କୁ ଚିଠି ନମ୍ବର୍ ୩୭୨୫ରେ ତା୯ା୯ା୨୦୧୧ରିଖରେ ଚାକିରୀରୁ ବହିଷ୍କାର ପାଇଁ ନିର୍ଦେଶ ଦିଆଯାଇଥିଲା । ଉକ୍ତ ନିର୍ଦେଶ ଅନୁସାରେ ତା୨୫ା୮ା୨୦୧୧ରିଖରେ ଚିଠି ନମ୍ବର୍୧୬୨୦ରେ ସ୍ୱାସ୍ଥ୍ୟ ନିର୍ଦେଶକ ଓଡିଶାଙ୍କ ଦ୍ୱାରା ଏକ ତଦନ୍ତ କରାଗଲା । ସେହି ତଦନ୍ତ ବେଳେ ସିରିଏଲ୍ ନମ୍ବର୍ ୧,୨,୩,୪,୫ରେ ଥିବା ପିଲାମାନଙ୍କୁ ଉଦେଶ୍ୟ ମୂଳକ ଭାବେ ଡକାଗଲା ନାହିଁ । ଅଭିଯୋଗ କରିଥିବା ଅମ୍ଳାନ କୁମାରଙ୍କୁ ଡକାଗଲା ଏବଂ ତଦନ୍ତ ରିପୋର୍ଟରେ ଲେଖା ଗଲା ଯେ ସିରିଏଲ୍ ୧,୨,୩,୪,୫ ନମ୍ବର୍ରେ ଥିବା ପିଲାମାନେ କାଗଜପତ୍ର ଦେଖାଇ ପାରିଲେ ନାହିଁ । ସେଥିପାଇଁ ସିରିଏଲ୍ ନମ୍ବର୍ ୬ରେ ଥିବା ପିଲାକୁ ସିରିଏଲ୍ ନମ୍ବର୍ ୧କୁ ଅଣାଗଲା । ତାଙ୍କ ଯୁକ୍ତିକୁ ବିଚାରକୁ ଅଣାଗଲା । ପ୍ରଥମେ ନିଯୁକ୍ତି ଦେଇଥିବା ପିଲାକୁ ଜେନେରାଲ ସରକୁଲାର ନମ୍ୱର ୨୫୩୮୪ ତା ୨୦ା୯ା୨୦୦୫ରେ ନିଯୁକ୍ତ ପ୍ରଦାନ କରିଥିବା ପିଲାକୁ ସେଇ ଜେନେରାଲ ସରକୁଲାର ନମ୍ୱର୍ ୩୪୦୪ ତା ୧୩ା୨ା୨୦୦୬ରେ ଚିଠି ଅନୁସାରେ ଦୃଷ୍ଟିବାଧିତ ଭିନ୍ନକ୍ଷମ ପିଲା ଫାର୍ମାସିଷ୍ଟ ଚାକିରୀ କରିପାରିବେ ନାହିଁ । ଏହି ଚିଠି ଅନୁସାରେ ପରେଶଙ୍କୁ ବହିଷ୍କାର କରାଯାଉ । ରିପୋର୍ଟକୁ ନେଇ ଅମ୍ଳାନ (ଓଡିଶା ଟ୍ରିବୁନାଲ କୋର୍ଟ)ରେ ସୋ କରାଇ ଓଏଟିରେ ଅଡର ଦେଲା ଯେ ତୁରନ୍ତ ପ୍ରଥମେ ନିଯୁକ୍ତି ପାଇଥିବା ପିଲାକୁ ବାହାର କରାଯାଉ । ଏବଂ ଅମ୍ଳାନଙ୍କୁ ଚାକିରୀ ଦିଆଯାଉ । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଯାଜପୁର ଚିଠି ନମ୍ୱର ୨୯୩୪ରେ ତା୨୭ା୮ା୨୦୧୧ରେ ଅମ୍ଳାନଙ୍କୁ ନିଯୁକ୍ତି ଦେଲେ । ପୂର୍ବରୁ ଥିବା ପରେଶଙ୍କୁ ବାହାର କଲେ, ସେତେ ବେଳେ ତ୍ରିଲୋଚନ ପଲାଇ ଜିଲାପାଳ କାର୍ଯ୍ୟାଳୟଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ତଦନ୍ତ କରିବା ପାଇଁ ଜିଲାପାଳ ଚିଠି ନମ୍ବର୍ ୮୪୮ ତା୧୦ା୫ା୨୦୧୧ରେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ କୁମାର ଧଳଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାଃ ଅଶୋକ କୁମାର ଧଳ ଏକ ରିପୋର୍ଟ ଦାଖଲ କଲେ । ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଯାଜପୁରଙ୍କୁ ଚିଠି ନମ୍ବର୍ ୫୯୨ତା୧୦ା୬ା୩୦୧୧ରେ ଲେଖାଅଛି କି ତ୍ରିଲୋଚନଙ୍କ ସବୁ କାଗଜପତ୍ର ବୈଧ ଅଟେ ଏବଂ ସିରିଏଲ୍ ନମ୍ବର୍ ବୈଧ ଅଟେ ଓ ସେ ଏହି ଚାକିରୀ ପାଇବାକୁ ଯୋଗ୍ୟ ଅଟନ୍ତି । କିନ୍ତୁ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏହି ଆଦେଶକୁ ଅବମାନନା କରି ଅମ୍ଳାନକୁ ନିଯୁକ୍ତି ଦେଲେ । ନିଯୁକ୍ତିକୁ ବିରୋଧ କରି ତ୍ରିଲୋଚନ ଓଏଟି ଜିଲା ଚିକିତ୍ସା ଅଧିକାରୀଙ୍କୁ ଏକ ମାମଲା କରିଥିଲେ ଯାହାର ନମ୍ବର୍ ୨୫୨୫/୨୦୧୧ଅଟେ । ଆର୍ଥôକ ସମସ୍ୟା ଯୋଗୁ ତାରିଖରେ ହାଜିର ହୋଇନଥିଲେ । ପରେ ତା୨୩ା୨ା୨୦୨୨ରେ ମାମଲାଟି କୋର୍ଟ ତରଫରୁ ସମାପ୍ତ ହୋଇଗଲା । ପୁନଶ୍ଚ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ଯାହାର ନମ୍ବର୍୧୪୫୮୧/୨୦୨୪ଅଟେ । ଜିଲା ଚିକିତ୍ସା ଅଧିକାରୀ କମିଶନର ଦ୍ୱାରସ୍ତ ହୋଇ ଏହି ଦୁଇ ଜଣଙ୍କ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଚାକିରୀ କରିଥିବାରୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲା ଚିକିତ୍ସା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଲେ । ପରେଶ ଯିଏ କି ନକଲି ଦୃଷ୍ଟିବାଧିତ ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ ପ୍ରଥମେ ଚାକିରୀ କରିଥିଲେ ତାଙ୍କୁ ଓଏଟି ବାହାର କରିଦେବାକୁ ନିଦେ୍ର୍ଦଶ ଦେଇଥିଲେ । ସିଏ ପୁଣି ଓଏଟିରେ ମାମଲା କରି ପୁଣି ସେହି ଚାକିରୀରେ ଯୋଗଦେଲେ । ଯଦି ଦୃଷ୍ଟିବାଧିତ ଭିତିକ ପ୍ରମାଣ ପତ୍ର ନକଲି ନୁହେଁ ତେବେ ସିଏ କିପରି ରକ୍ତମଳ ମୂତ୍ର ପରୀକ୍ଷକ ହିସାବରେ ଜିଲା ଚିକିତ୍ସା ଅଧିକାରୀ ଯାଜପୁରଙ୍କ ଅଧିନରେ ଅଧୁନା ଖଞ୍ଜ ଟେକନିସିଆନ୍ ୧୯ା୬ା୨୦୦୮ରେ ଚିଠି ନମ୍ବର ୧୨୦ରେ ନିଯୁକ୍ତି ପାଇଥିଲେ । ଏବଂ ସିରିଏଲ ନମ୍ବର୍ ୬ରେ ଥିବା ପିଲା ଯିଏକି ନକଲି ଭିନ୍ନକ୍ଷମ ଅର୍ଥପେଡିକ୍ ପ୍ରମାଣ ପତ୍ର ଦେଇ ଚାକିରୀ କରିଛନ୍ତି । ନକଲି ସାର୍ଟିଫିକେଟ ନେଇ ଚାକିରୀ ଦେଇଥିବା ଅଧିକାରୀ, ପାକ୍ତନ କିରାଣୀ, ମୁଖ୍ୟ କିରାଣୀ, ସୁପରଭାଇଜର ଏବଂ ଅନ୍ୟାନ୍ୟ କର୍ମଚାରୀ ଠିକ୍ କରିଛନ୍ତି ନାଁ ଭୁଲ ତାହାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଦୁଇଜ ଭିନ୍ନକ୍ଷମଙ୍କ ପରୀକ୍ଷା କରାଯିବାକୁ ଜିଲାପାଳ ନିଦେ୍ର୍ଦଶ ଦେବେ କି ?