ଆନନ୍ଦପୁର ଓକିଲ ସଂଘର ଶପଥପାଠ

ଆନନ୍ଦପୁର : ୨୦୨୫-୨୬ ବର୍ଷ ପାଇଁ ଆନନ୍ଦପୁର ଓକିଲ ସଂଘ ନିର୍ବାଚନ ଶେଷ ହୋଇଯାଇଛିଫ ଓକିଲ ସଂଘର ସଭାଗୃହରେ ନବ ନିର୍ବାଚିତ କାର୍ଯ୍ୟକାରୀଣୀର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ଭୁବନାନନ୍ଦ ଦାଶଙ୍କ ସଭାପତିତ୍ୱରେ ନିର୍ବାଚନ ଅଧିକାରୀ ରାମଚନ୍ଦ୍ର ପାତ୍ର ନବ ନିର୍ବାଚିତ କାର୍ଯ୍ୟକାରୀଣୀର ସଦସ୍ୟଙ୍କୁ ଈଶ୍ୱରଙ୍କ ନାମରେ ପଦପଦବୀକୁ ନେଇ ସୁଚାରୁ ରୂପେ କର୍ତ୍ତବ୍ୟ ପାଳନ ଓ ଦାୟୀତ୍ୱ ନିର୍ବାହ ପାଇଁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ନିର୍ବାଚିତ ସଭାପତି ଦୟାନିଧି ଦାଶ, ଉପସଭାପତି ଅତୁଲ ଚରଣ ନାୟକ, ସମ୍ପାଦକ ଭଗବାନ ମଲ୍ଲିକ, ଯୁଗ୍ମ ସମ୍ପାଦକ ପ୍ରମୋଦ ସାହୁ, କୋଷାଧ୍ୟକ୍ଷ ଅଶୋକ ରାଉଳ, କାର୍ଯ୍ୟକାରୀଣୀ ସଦସ୍ୟ ଜୁମର ସିଂ ମହାନ୍ତି, ଶୈଳେଶ ପଟ୍ଟନାୟକ ଓ ଜଗତପ୍ରସାଦ ଓଝା ଜଣକ ପରେ ଜଣେ ନିଜର ନିଷ୍ଠା ଓ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ଶପଥ ଗ୍ରହଣ କରିଥିଲେ । ବରିଷ୍ଠ ଆଇନଜୀବୀ ମହେନ୍ଦ୍ର କୁମାର ମହାପାତ୍ର, ଲକ୍ଷ୍ମୀଧର ମିଶ୍ର,ମନୋଜ କୁମାର ମିଶ୍ର,ତୁଳସୀଦାସ ଗୋଲାମ ଦେବତା, ବ୍ରଜବନ୍ଧୁ ସାହୁ, ସଞ୍ଜୟ କୁମାର ମିଶ୍ର, ହରେକୃଷ୍ଣ ବାରିକ, କିଶୋର କୁମାର ଚକ୍ର, ଅମର ମହାପାତ୍ର,ପ୍ରତାପ କର, ବିଜୟ ପଣ୍ଡା, ସୁବାସ ବିଶ୍ୱାଳ, ଭାଗୀରଥୀ ଦାଶ, ମନୋରଞ୍ଜନ ପାଣିଗ୍ରାହୀ, ମହେନ୍ଦ୍ର ରାମ, ସୁବାଷ ତ୍ରୀପାଠୀ, ଶିଶିର କୁମାର ସେଠୀ, ସୁଦାମ ଚରଣ ମଙ୍ଗଳ, କହ୍ନେଇ ଚରଣ ସାହୁ, ତ୍ରୀଲୋଚନ ତ୍ରୀପାଠୀଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।  ସଂଘ କର୍ମଚାରୀ ସନ୍ତୋଷ ମିଶ୍ର, କୁଳମଣୀ ବେହେରା, ସପନ ସାହୁ କାର୍ଯ୍ୟକ୍ରମ ପରିଚାଳ କରିଥିଲେ । ଆଇନଜୀବୀ ଭାଗୀରଥୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।