ଡିଏନ୍ଇଜି ପାଇଁ ଭାରତ ପ୍ରଶଂସିତ ଓସ୍କାର ଜିତିଲା ‘ଡୁନ୍: ପାର୍ଟ ୨’

ଡିଏନ୍ଇଜି ପାଇଁ ଭାରତ ପ୍ରଶଂସିତ ଓସ୍କାର ଜିତିଲା ‘ଡୁନ୍: ପାର୍ଟ ୨’

ନୂଆଦିଲ୍ଲୀ: ଫିଲ୍ମ, ଟିଭି ଏବଂ ଇମର୍ସିଭ୍ କଣ୍ଟେଣ୍ଟ ନିର୍ମାଣ ପାଇଁ ଆନିମେସନ୍ ଏବଂ କ୍ରିଏଟିଭ୍ ଟେକ୍ନୋଲୋଜି କମ୍ପାନି ଡିଏନଇଜି ପ୍ରଶଂସିତ ହୋଇଛି । ନମିତ ମାଲହୋତ୍ରାଙ୍କ ‘ଡିଏନ୍ଇଜି’ ପକ୍ଷରୁ ନିର୍ମିତ ‘ଡୁନ: ପାର୍ଟଟୁ’ରେ ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟସ ପାଇଁ ଆଜି ଓସ୍କାର ପୁରସ୍କାର ପାଇଛି ଏହି ଚଳଚ୍ଚିତ୍ର । ଆଜି ଭାରତୀୟ ସମୟ ସକାଳେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ୯୭ତମ ଏକାଡେମୀ ପୁରସ୍କାର ସମାରୋହରେ ଡିଏନ୍ଇଜିକୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି ।
ପ୍ରାଇମ ଫୋକସ୍ ୨୦୧୪ରେ ଡିଏନଇଜିର ଅଧିଗ୍ରହଣ କରିବା ପରଠାରୁ ଉଭୟ କମ୍ପାନୀର ମିଳିତ ଶକ୍ତି ଯୋଗୁଁ ମାତ୍ର ୧୦ ବର୍ଷ ମଧ୍ୟରେ ୭ଟି ଓସ୍କାର ଜିତିଛି । ଯାହା ବିଶ୍ୱ ଭିଜୁଆଲ ଇଫେକ୍ଟ ଶିଳ୍ପରେ ଏହାର ପ୍ରଭାବକୁ ଦୃଢ଼ କରିପାରିଛି । ଡିଏନଇଜି ଭିଏଫଏକ୍ସ ସୁପରଭାଇଜର ଷ୍ଟିଫେନ୍ ଜେମ୍ସ ଏବଂ ରିସ୍ ସାଲକୋମ୍ବେଙ୍କ ସହ ପ୍ରଡକ୍ସନ ଭିଏଫଏକ୍ସ ସୁପରଭାଇଜର ପଲ୍ ଲାମ୍ବାର୍ଟ ଏବଂ ସ୍ପେଶାଲ ଇଫେକ୍ଟ ସୁପରଭାଇଜର ଗାର୍ଡ ନେଫଜର ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ । ଏହା ପୂର୍ବରୁ ଡୁନ : ପାର୍ଟଟୁ ପାଇଁ ଡିଏନଇଜି ୨୦୨୫ ଏଏ ବାଫଟା ପୁରସ୍କାର ଜିତିଥିଲା । ସେହିପରି ଗତ ମାସରେ ୨୩ତମ ବାର୍ଷିକ ଭିଜୁଆଲ ଇଫେକ୍ଟ ସୋସାଇଟି ପୁରସ୍କାର ସମାରୋହରେ ଡିଏନଇଜି ବିଭିନ୍ନ ବର୍ଗରେ ୪ଟି ପୁରସ୍କାର ଜିତିଥିଲା । ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ ପାଇଁ ଚଳିତ ବର୍ଷର କ୍ରିଟିକ୍ସ ଚଏସ୍ ଆୱାର୍ଡ, ହଲିଉଡ କ୍ରିଏଟିଭ୍ ଆଲାଏନ୍ସ ଆଷ୍ଟ୍ରା ଆୱାର୍ଡରେ ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ ଏବଂ ଶ୍ରେଷ୍ଠ ଫିଲ୍ମ ଭିଜୁଆଲ୍ ସ୍ପେଶାଲ ଇଫେକ୍ଟ ପାଇଁ ପୁରସ୍କାର ଏବଂ ସାଟର୍ଣ୍ଣ ଆୱାର୍ଡ ମଧ୍ୟ ରହିଛି । ଚଳିତ ବର୍ଷର ଆମେରିକୀୟ ସିନେମାଥିକ୍ ‘ଟ୍ରିବୁ୍ୟଟ୍ ଟୁ ଦ କ୍ରାଫ୍ଟସ୍'ରେ ଭିଜୁଆଲ୍ ଇଫେକ୍ଟ୍ସ ବର୍ଗରେ ମଧ୍ୟ ଷ୍ଟୁଡିଓର କାର୍ଯ୍ୟକୁ ସମ୍ମାନିତ କରାଯାଇଥିଲା ।
ଏହି ସଫଳତା ସଂପର୍କରେ ଡିଏନଇଜି ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ନମିତ୍ ମାଲହୋତ୍ରା କହିଛନ୍ତି, ‘ଡୁନ୍: ପାର୍ଟ-୨' ଲାଗି ମିଳିଥିବା ଓସ୍କାର ଆମ ଟିମ୍ ପାଇଁ ଏକ ଅବିଶ୍ୱସନୀୟ ଉପଲବ୍ଧି । ଏକାଡେମୀ ଦ୍ୱାରା ଏହି ସ୍ୱୀକୃତି - ୨୦୧୧ ପରଠାରୁ ଆମର ୮ମ ଭିଏଫଏକ୍ସ ଓସ୍କାର- ଏଠାରେ ଡିଏନଇଜିରେ ଆମ ଦଳର ସୃଜନଶୀଳ ଏବଂ ବୈଷୟିକ ନେତୃତ୍ୱର ଆଉ ଏକ ସମର୍ଥନ । ଏହା ସହିତ ବିଶ୍ୱର ହଜାର ହଜାର ଡିଏନଇଜି କଳାକାର, ଟେକ୍ନିସିଆନ ଏବଂ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି ।