ମେଡିକାଲରେ ଅବ୍ୟବସ୍ଥାକୁ ନେଇ ଗଣଧାରଣା : ସିଡିଏମ୍ଓଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ
ନୀଳଗିରି : ନୀଳଗିରି ଉପଖଣ୍ଡ ଚିକିସôାଳୟରେ ବିଭିନ୍ନ ଅବବ୍ୟସ୍ଥା ଏବଂ ଏହାର ନିରାକରଣ ନିମନ୍ତେ ନୀଳଗିରି ଯୁବସମାଜ ତରଫରୁ ସୋମବାର ଦିବା ୧୦ ଟା ଠାରୁ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଗଣଧାରଣା ଚାଲୁରହିଛି । ନୀଳଗିରି ଯୁବ ସମାଜର ଏକ ପ୍ରତିନିଧି ମଣ୍ଡଳ ଗତ ୨୪ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ, ସ୍ୱାସ୍ଥ୍ୟ ସଚିବଙ୍କୁ ମେଲ୍ ଯୋଗେ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀଙ୍କ ସମେତ ସ୍ଥାନୀୟ ଉପଜିଲ୍ଲାପାଳ, ଉପଖଣ୍ଡ ଚିକିସôାଧିକାରୀ, ଏସଡିପିଓ ଓ ଆଇଆଇସିଙ୍କ ଠାରେ ୯ଦଫା ପ୍ରମୁଖ ସମ୍ବଳିତ ଦାବିପତ୍ରରେ ଡାକ୍ତର, ନର୍ସିଂ ସିଷ୍ଟର ଓ ନର୍ସ ପଦ ଅଭାବ ସହ ଆଇସିୟୁ , ବ୍ଲଡବ୍ୟାଙ୍କ, ଅଲଟ୍ରାସାଉଣ୍ଡ ପାଇଁ ଷ୍ଟାଫ ନାହାନ୍ତି ।
ଯଦି ଆଗାମୀ ୩ତାରିଖ ମଧ୍ୟରେ ସମସ୍ତ ଅବ୍ୟବସ୍ଥା ପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନନିଆଯାଏ ତାହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବବୋଲି ୧୦୦ରୁ ଉର୍ଦ୍ଧ୍ୱ ଯୁବସମାଜସେବୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରରେ ପ୍ରଦାନ କରାଯାଇଥିଲା । ଏହି ଧାରଣାରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକ, ଯୁବ ସମାଜସେବୀ ସୁଧାରଞ୍ଜନ ମହାପାତ୍ର, ଅଶ୍ୱିନୀ କୁମାର ପାତ୍ର, ଅର୍ଧେନ୍ଦୁ ସିଂ, ପ୍ରିୟବ୍ରତ ମହାପାତ୍ର, ସୃଷ୍ଟିଧର ବାରିକ, ଫିଲୋସ୍ ସିଂ, ପ୍ରିୟରଞ୍ଜନ ସ ପ୍ରମୁଖ ଶହେରୁ ଉର୍ଦ୍ଧ୍ୱ ଯୁବସମାଜସେବୀ ଧାରଣାରେ ସାମିଲ ରହି ସମସ୍ୟାର ସମାଧାନ ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ଦାବୀ କରିଥିଲେ ।
ଅପରାହ୍ନ ପ୍ରାୟ ୨ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କ ପ୍ରତିନିଧି ସହକାରୀ ଜିଲ୍ଲା ମୁଖ୍ୟଚିକିସôାଧିକାରୀ ସଞ୍ଜୀବ ଚୌଧୁରୀ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ,ଉପଖଣ୍ଡ ମୁଖ୍ୟ ଚିକିସôାଧିକାରୀ ସରୋଜିନୀ ପ୍ରଧାନ, ଡାକ୍ତର ସାହୁ ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତି ହୋଇ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବାର ଲିଖିତ ପ୍ରତିଶ୍ରୁତି ଦେବାପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।