ଧରାପଡିଲା ମିଛ : ମିଥ୍ୟା ପ୍ରଚାର କରିଛି ପାକିସ୍ତାନ

ଧରାପଡିଲା ମିଛ : ମିଥ୍ୟା ପ୍ରଚାର କରିଛି ପାକିସ୍ତାନ

ନୂଆଦିଲ୍ଲୀ: ଧରାପଡିଲା ପାକିସ୍ତାନର ମିଛ। ସୋସିଆଲ ମିଡିଆରେ ପୁରୁଣା ମିଗ୍‌ ବିମାନ ୨୯ ଯୁଦ୍ଧ ବିମାନର ଫଟୋ ପକାଇ ମିଥ୍ୟା ପ୍ରଚାର କରିଛି। ଏହି ଚିତ୍ରଟି ଅପରେଶନ ସିନ୍ଦୁର ସମୟରେ ଭାରତୀୟ ବିମାନ ଖସିପଡ଼ିଥିବା ବୋଲି ଦାବି କରାଯାଉଥିବା ବେଳେ, ପ୍ରେସ ଇନଫର୍ମେସନ ବ୍ୟୁରୋ (ପିଆଇବି) ଏହାକୁ ମିଛ ବୋଲି ପ୍ରମାଣ କରିଛି। ଅପରେସନ ସିନ୍ଦୁର ଅଭିଯାନ ମଧ୍ୟରେ ପାକିସ୍ତାନୀ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲମାନେ ଦାବି କରିଥିଲେ ଯେ, ପାକିସ୍ତାନ ସେନା ଭାରତର ଦୁଇଟି ଯୁଦ୍ଧବିମାନ ଗୁଳି କରି ଖସାଇ ଦେଇଛି। ଏହି ଦାବିର ସମର୍ଥନରେ ଏକ ମିଗ-୨୯ ବିମାନ ଦୁର୍ଘଟଣାର ଚିତ୍ର ପ୍ରଚାର କରାଯାଇଥିଲା, ଯାହା ନୂଆ ଘଟଣା ବୋଲି କୁହାଯାଇଥିଲା। କିନ୍ତୁ, ପିଆଇବି ଫ୍ୟାକ୍ଟ ଚେକ ଦ୍ୱାରା ସ୍ପଷ୍ଟ ହୋଇଛି ଯେ, ଏହି ଚିତ୍ର ୨୦୨୪ ସେପ୍ଟେମ୍ବରରେ ରାଜସ୍ଥାନର ବାରମେର ଜିଲାରେ ହୋଇଥିବା ଏକ ମିଗ-୨୯ ଦୁର୍ଘଟଣାର ଅଟେ, ଯାହାର ଅପରେଶନ ସିନ୍ଦୁର ସହ କୌଣସି ସମ୍ପର୍କ ନାହିଁ। ଅପରେସନ ସିନ୍ଦୁର ହେଉଛି ଭାରତୀୟ ସେନାର ପହଲଗାମ ପରେ ଏକ ବଡ଼ ଅଭିଯାନ, ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ କ୍ୟାମ୍ପକୁ ଲକ୍ଷ୍ୟ କରାଯାଇଥିଲା।ପାକିସ୍ତାନୀ ଗଣମାଧ୍ୟମ ଓ ସେନା ମୁଖପାତ୍ର ଦାବି କରିଛନ୍ତି ଯେ, ସେମାନେ ଭାରତର ପାଞ୍ଚଟି ଯୁଦ୍ଧବିମାନତିନୋଟି ରାଫେଲ, ଗୋଟିଏ ଏସୟୁ-୩୦ ଓ ଗୋଟିଏ ମିଗ-୨୯ ଖସାଇ ଦେଇଛନ୍ତି ଏବଂ ଅଜଣା ସଂଖ୍ୟକ ଭାରତୀୟ ସୈନିକଙ୍କୁ ବନ୍ଦୀ କରିଛନ୍ତି। କିନ୍ତୁ, ଭାରତୀୟ ଅଧିକାରୀମାନେ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି । ଏକମାତ୍ର ଘଟଣା ହେଉଛି ପାମ୍ପୋର ଉପରେ ଉଡ଼ାଣ ସମୟରେ ଇନ୍ଧନ ଟ୍ୟାଙ୍କ ଖସିପଡ଼ିଥିଲା, କିନ୍ତୁ ଏହା ଦୁର୍ଘଟଣା ନୁହେଁ। ପିଆଇବି ଫ୍ୟାକ୍ଟ ଚେକ ଏକାଉଣ୍ଟ ଏକ୍ସରେ ଏହି ମିଛ ଦାବିକୁ ଖଣ୍ଡନ କରି ସ୍ପଷ୍ଟ କରିଛି ଯେ, ପ୍ରଚାରିତ ଚିତ୍ରଟି ୨୦୨୪ ସେପ୍ଟେମ୍ବର ୨ ତାରିଖରେ ବାରମେର, ରାଜସ୍ଥାନରେ ହୋଇଥିବା ଏକ ମିଗ-୨୯ ଦୁର୍ଘଟଣାର ଅଟେ।