ନୀଳାଚଳ ଶ୍ରମିକ ମୃତୁ୍ୟ ମାମଲା,  ମାନସକୁ କୋର୍ଟ ଚାଲାଣ; ଠିକାଦାର ବାବୁଲାକୁ ଖୋଜୁଛି ପୁଲିସ


ାା ପ୍ରଭାନୁ୍ୟଜ ।ା ଯାଜପୁର:  ନୀଳାଚଳରେ କାର୍ଯ୍ୟରତ ଶ୍ରମିକ ସିଲୁ ପ୍ରଧାନ ମୃତୁ୍ୟ ମାମଲାରେ କଳିଙ୍ଗନଗର ପୁଲିସ ଆଜି ଗିରଫ କରିଥିବା ମାନସ ମଳୟ ରାଉତକୁ କୋର୍ଟ ଚାଲାଣ କରିଛି । ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଖଣ୍ଡବନ୍ଧ ଗ୍ରାମର ମାନସ (୩୮)ସିଲୁକୁ ନୀଳାଚଳ ଭେଣ୍ଡର ପାର୍ଟନର ସତ୍ୟମ ଏଣ୍ଟରପ୍ରାଇଜେସରେ ଆଣି ନିୟୋଜିତ କରିଥିଲା । କଳିଙ୍ଗନଗର ପୁଲିସ ମାନସକୁ ଗଲା ୩ତାରିଖ ଉଠାଇ ଆଣି ପଚରା ଉଚରା କରିବା ପରେ ସିଲୁକୁ ହତ୍ୟା କରାଯିବା ଏବଂ ପରବର୍ତି ସମୟରେ ପ୍ରମାଣ ନଷ୍ଟ କରିବାର ବାଟ ବତାଇଥିବା ଅଭିଯୁକ୍ତଙ୍କ ପତ୍ତା ଲଗାଇଥିଲା । ପୁଲିସ ମାନସ ଠାରୁ ହାସଲ କରିଥିବା ତଥ୍ୟ ଆଧାରରେ ତଦନ୍ତକୁ ଆଗକୁ ବଢାଇଥିବା ବେଳେ ବ୍ୟାଚିଂ ପ୍ଲାଣ୍ଟ ଠିକାଦାର ବାବୁଲାକୁ ଖୋଜିବାରେ ଲାଗିଛି । ବାବୁଲା ସୁକିନ୍ଦା ଥାନା ଅନ୍ତର୍ଗତ ହାତୀବାରି ଅଞ୍ଚଳର ହୋଇଥିବା ବେଳେ ସେ ପ୍ରଭାବଶାଳୀଙ୍କ ଛତ୍ରଛାୟା ତଳେ ରହି ମାମଲାରୁ ଖସିଯିବାକୁ ଉଦ୍ୟମ ଚଳାଇଛି । କିନ୍ତୁ ଠିକାଦାର ବାବୁଲା ପାଖରେ ପୁଲିସ ପହଁଚିବ ବୋଲି ଥାନା ଅଧିକାରୀ ସତ୍ୟ ପ୍ରକାଶ ସାହୁ ସୂଚନା ଦେଇଛନ୍ତି । ବାବୁଲାର ସଂପୃକ୍ତି ସଂପର୍କରେ ପୁଲିସ କହୁନଥିବା ବେଳେ ବିଶ୍ୱସ୍ଥ ସୂତ୍ର ଖବର ମତେ ସିଲୁକୁ ହତ୍ୟା କରାଯାଇଥିବା ଖବର ପାଇବା ପରେ ପ୍ରମାଣ ନଷ୍ଟ କରିବାକୁ ଯାହା କରିବା କଥା ତାହା ବତାଇଥିଲା । ଠିକାଦାର କଥାରେ ହତ୍ୟାକୀରୀ ଏବଂ ସହଯୋଗୀ ୭ଫୁଟର ଗାତ ଖୋଳି ସିଲୁକୁ ପୋତି ଦେବା ପରେ ତା ଉପରେ ଚିପ୍ସ ଗଦେଇ ଦେଇଥିଲେ । ଏଣୁ ସିଲୁ ହତ୍ୟା ଘଟଣାରେ ଠିକାଦାର ବାବୁଲାକୁ ପୁଲିସ ଖୋଜୁଥିବା ଜଣାପଡ଼ିଛି । ହେଲେ ବାବୁଲା ଜିଲା ବିଜେପିର ଜଣେ ଯୁବ ନେତାଙ୍କ ସହ ଥିବା ସଂପର୍କରୁ ଫାଇଦା ଉଠାଇବାକୁ ଆରମ୍ଭରୁ ଉଦ୍ୟମ କରି ଏଯାବଦ ଖସିଯିବାକୁ ସମର୍ଥ ହୋଇଥିଲେ ହେଁ ପୁଲିସ ଠାବ କରିବାକୁ ଲାଗିପଡ଼ିଛି । ପୁଲିସର ଏକ ଦଳ ବାବୁଲାଙ୍କ ହାତୀବାରି ଘରକୁ ଯାଇ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି । ଯାହା ଶୁଣିବାକୁ ମିଳୁଛି ସିଲୁ ହତ୍ୟା ଘଟଣା ଉପରୁ ପର୍ଦ୍ଦାଫାସ ହେବା ପରଠୁ ବାବୁଲା ରାଜଧାନୀରେ ଯାଇ ନେତାଙ୍କ ସରଣରେ ପସିଛନ୍ତି । ଠିକାଦାର ବାବୁଲା ପୁଲିସ ହାତରେ ଲାଗିବା ପରେ ସିଲୁ ହତ୍ୟା ପଛରେ ଥିବା ଅନ୍ୟମାନଙ୍କ ମୁଖା ଖୋଲିପାରିବ । ସୂଚନା ଥାଉକି ଟାଟା ପରିଚାଳିତ ନୀଳାଚଳ କାରଖାନାର ବ୍ୟାଚିଂ ପ୍ଲାଣ୍ଟ ସାଇଟ୍ରେ କାର୍ଯ୍ୟ କରୁଥିବା ଢେଙ୍କାନାଳ ଜିଲା ଗନ୍ଦିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବାଟି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ସିଲୁ (୨୨) ଗଲା ୩୦ତାରିଖରେ ଡ଼ିୟୁଟି କରିବାକୁ କାରଖାନା ଭିତରକୁ ଯାଇଥିଲେ ହେଁ ଫେରିନଥିଲା । ଯାହାକୁ ନେଇ ପରିବାର ଲୋକେ ପୁଅ ନିଖୋଜଥିବା ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ କରିବା ସହ କାରଖାନା ଫାଟକ ଆଗରେ ଦୁଇଦିନ ଧାରଣାରେ ବସିଥିଲେ । ଦ୍ୱିତୀୟ ଦିନ ଧାରଣାର ସନ୍ଧ୍ୟାରେ ସିଲୁକୁ ବ୍ୟାଚିଂ ପ୍ଲାଣ୍ଟ ସାଇଟରେ ମାରି ପୋତି ଦିଆଯାଇଥିବା କଥା  ଜଣାପଟିବା ପରେ ସଂପୃକ୍ତ ସ୍ଥାନକୁ ଖୋଳାଯାଇଥିଲା ।୧ତାରିଖ ରାତିରେ ସିଲୁର ଗଳିତ ଶବ ଉଦ୍ଧାର କରିଥିଲା ପୁଲିସ । ସିଲର ଗଳିତ ଶବ ଉଦ୍ଧାର ବେଳେ ବେକ ଏବଂ ଗୋଡହାତକୁ ଦଉଡିରେ ବନ୍ଧାଯାଇଥିବାର ଦେଖିବାକୁ ମିଳିଥିଲା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ନୀଳାଚଳ ଭଳି ସର୍ବାଧିକ ସୁରକ୍ଷିତ କାରଖାନାରେ ଘଟିବାକୁ କର୍ତୁପକ୍ଷ ଏଯାବଦ ହାଲକା ଭାବେ ନେଇ ଚାଲିଛି । ପ୍ରକାଶ ଥାଉକି ପୁଲିସ ପୂର୍ବରୁ ସିଲୁ ହତ୍ୟା ମାମଲାରେ ସୁପରଭାଇଜÿର ଢେଙ୍କାନାଳ ଜିଲା ଗନ୍ଦିଆ ଥାନା ଯୋରନ୍ଦା ଗାଁର ତାରିଣୀ ପ୍ରସାଦ ମହାନ୍ତି,ଏକାଉଣ୍ଟ ଅଫିସର କେନ୍ଦୁଝର ଜିଲା ଦୈତାରୀ ଥାନା କଇଥା ଟିକିରି ଗାଁର ଆଲୋକ ପାତ୍ର, ଜେସିଭି ଡ୍ରାଇଭର ସୁକିନ୍ଦା ଥାନା ସଂସାଲୋ ଗାଁର ଜଗଦୀଶ ମହାନ୍ତ (୩୦) ଓ ମିଲର ଡ୍ରାଇଭର କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ଗାଁର ପଦ୍ମଲୋଚନ ମହାନ୍ତ (୩୫)ଙ୍କୁ ଥାନା ମାମଲା ନଂ ୨୮୬/୨୪ରେ କୋର୍ଟ ଚାଲାଣ କରିଛି ।