ପୁଲିସ ବାବୁ କରୁଥିଲେ  ବାଘ ଛାଲ କାରବାର

 ପୁଲିସ ବାବୁ କରୁଥିଲେ  ବାଘ ଛାଲ କାରବାର

 ପୁଲିସ ବାବୁ କରୁଥିଲେ  ବାଘ ଛାଲ କାରବାର, ମାଡ଼ି ବସିଲା ବନ ବିଭାଗ।  ଗଞ୍ଜାମ ଜଗନ୍ନାଥ ପ୍ରସାଦ ରେଞ୍ଜ  ପଥରାପଲ୍ଲୀ ଗାଁରୁ ବାଘଛାଲ ଜବତ ହୋଇଛି । ଏହି ବେଆଇନ୍ କାରବାର ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।  କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ଜଣେ ଅବସରପ୍ରାପ୍ତ ପୁଲିସ ସବ୍‌ଇନିସପେକ୍ଟର ଅଛନ୍ତି ।  ଡିଏଫଓ ହିମାଂଶୁ ଶେଖର ମହାନ୍ତି,  ଏସିଏଫ ବିବେକ ଦାସ, ରେଞ୍ଜର ପୃଥ୍ବୀରାଜ ପ୍ରଧାନ, ବନପାଳ ଅନୁପ ବିଷୋୟୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ ।