ପୁଲିସକୁ ଆକ୍ରମଣ : ୩୮ ଗିରଫ

police and public face to face

ଭୁବନେଶ୍ୱର : ପୁଲିସକୁ ଆକ୍ରମଣ ମାମଲାରେ ୩୮ ଜଣ ଗିରଫ ହୋଇଛନ୍ତି  । ଲୋକଙ୍କ ଆକ୍ରମଣରେ ଏସଡ଼ିପିଓ, ଆଇଆଇସି ଓ ମହିଳା ଏସଆଇ ଆହତ ହୋଇଥିଲେ  । ୨୨ ଜଣ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି  ।

ବଡ଼ସାହି ଅଞ୍ଚଳରେ ଏକ ଜମିବାଡ଼ି ଘଟଣାକୁ କେନ୍ଦ୍ର କରି ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ  । ଉତ୍ତ୍ୟକ୍ତ ଜନତା ପୁଲିସଙ୍କୁ ମାଡ଼ ମାରିବାରୁ ଏନେଇ ସେମାନଙ୍କ ନାମରେ ଏତଲା ହୋଇଥିଲ  । ଆଜି ପୁଲିସ ପକ୍ଷରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  ।