ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

 ନିଶ୍ଚିନ୍ତକୋଇଲି:  ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେେଡେରେସନ ନିଶ୍ଚିନ୍ତକୋଇଲି ଶାଖା ପକ୍ଷରୁ ବାବା ତାରକ ଚନ୍ଦ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ପାର୍ବତୀ ନନ୍ଦଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶାରଦା ପ୍ରସାଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରିଣୀ ସଂଯୁକ୍ତା ମହାପାତ୍ର, ମୁଖ୍ୟବକ୍ତା ଭାବେ ସରପଂଚ ପ୍ରତିନ୍ତ କିଶୋର ଦାସ, ମାହାଙ୍ଗା ମଣ୍ଡଳ ଶିକ୍ଷାଧିକାରିଣୀ ମୋନାଲିସା ସରକାର, ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୂୟାଁ, ଜିଲ୍ଲା ଓଷ୍ଟା ସଂଘର ଅବସରପ୍ରାପ୍ତ ସଦସ୍ୟ ରଜନୀକାନ୍ତ ନନ୍ଦ, ନିଶ୍ଚିନ୍ତକୋଇଲି ବ୍ଲକ ବିଜ୍ଞାନ ସୁପରଭାଇଜର ଧନଞ୍ଜୟ ବଳ, ସଂପାଦକ ସାନ୍ତନୁ କୁମାର କର, ବାବା ତାରକ ଚନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂକୁନ୍ତଳା ମଳିକ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ପରେ ସେକ୍ ଗୋଲାମ୍ ମେହେନ୍ଦୀ ହୁସେନ ଅତିଥି ପରିଚୟ ପ୍ରଦାନ କରିଥିଲେ । ନୂତନ ଭାବେ ଯୋଗାଦନ କରିଥିବା ସିଆରସିସିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ଗତିକୃଷ୍ଣ ରାଉତ, ପବିତ୍ର ଲେଙ୍କା, ଗଗନ ଚାନ୍ଦ, ଦେବବ୍ରତ ସାମନ୍ତରାୟ, ଅମିତା ସେଠୀ, ଦିଲ୍ଲୀପ କୁମାର ସାମଲ, ମନୋଜ ବେହେରା, ସୁନାକର ସେଠୀ, ଧନେଶ୍ୱର ସାହୁ, ପ୍ରଭାତ ବେହେରା, ଅକ୍ଷୟ ପଟ୍ଟ୍ନାୟକ୍, ଅଲେଖ ଚନ୍ଦ୍ର ବାରିକ, ନୃସିଂହ ମହାପାତ୍ର, ସୁବାଷ ଚନ୍ଦ୍ର ସାହୁଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସିଆରସିସି ତଥା ସଂଘର ଉପସଭାପତି କିଶୋର ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।