ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଡ ଖବର । ଆଗାମୀ ୯ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ୩ୟ କିସ୍ତି ଯୋଗ୍ୟ ହିତାଧିକାରୀଙ୍କ ଆକାୁଣ୍ଟକୁ ଆସିବ । ଜୟପୁରରୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସୁଭଦ୍ରା ଟଙ୍କା । କୋଟିଏରୁ ଉର୍ଦ୍ଧ ହିତାଧିକରୀଙ୍କ ଆକାଉଣ୍ଟକୁ ଏକକାଳୀନ ଆସିବ ସୁଭଦ୍ରା ଅର୍ଥରାଶି । ଲୋକଙ୍କ ଫିଡବ୍ୟାକ୍ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଅର୍ଥ କିପରି ବ୍ୟବହାର ହେଉଛି ଏନେଇ ମତାମତ ନେବାକୁ ଷ୍ଟିଅରିଂ କମିଟିରେ ନିଷ୍ପତ୍ତି ହୋଇଛି । ଏହାଛଡା ୨୧ବର୍ଷ ହେବା ମାତ୍ରେ ଏହି ଯୋଜନା ସହ ନୂଆ ଭାବେ ଯୋଡି ହେବେ ଓ ମାର୍ଚ୍ଚ ୩୦ ସୁଦ୍ଧା ୬୦ ବୟସ ଟପିଲେ ବାଦ୍ ପଡିବେ ମହିଳା । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଏନେଇ ସୂଚନା ପ୍ରଦାନ କରିଛନ୍ତି ।