କେଜରିଓ୍ବାଲଙ୍କ ଜାମିନକୁ ନେଇ ପାକିସ୍ତାନର ଜଣେ ନେତା ଅତ୍ୟନ୍ତ ଖୁସି
ନୂଆଦିଲ୍ଲୀ : ଶୁକ୍ରବାର ସାରେ ତିହାର ଜେଲରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବାହାରିଥିଲେ। କେଜରିୱାଲ ଜେଲରୁ ମୁକୁଳିବା ପରେ ଏଏପି କର୍ମୀଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ତେବେ ଏହି ଉତ୍ସାହ କେବଳ ଏଏପି କର୍ମୀଙ୍କ ମଧ୍ୟରେ ସୀମିତ ନୁହେଁ, ପଡୋଶୀ ଦେଶ ପାକିସ୍ତାନର ଜଣେ ନେତା ମଧ୍ୟ ଏଥିରେ ଅତ୍ୟନ୍ତ ଖୁସି ଅଛନ୍ତି। ବାସ୍ତବରେ, ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ମଧ୍ୟ କେଜରିୱାଲଙ୍କ ମୁକ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ଏହା ନରମପନ୍ଥୀ ଭାରତ ପାଇଁ ଏକ ଖୁସି ଖବର ବୋଲି ଲେଖିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର ହୋଇଥିବା ଏକ ପୋଷ୍ଟରେ ଫୱାଦ ଚୌଧୁରୀ ଲେଖିଛନ୍ତି ଯେ ମୋଦି ଜୀ ଆଉ ଏକ ଯୁଦ୍ଧରେ ହାରିଛନ୍ତି। କେଜରିୱାଲଙ୍କୁ ମୁକ୍ତ କରାଯାଇଛି ଏବଂ ନରମପନ୍ଥୀ ଭାରତ ପାଇଁ ଏହା ଏକ ଖୁସି ଖବର। ଦିଲ୍ଲୀ ଲିକର୍ ପଲିସି ସ୍କାମରେ ଅରବିନ୍ଦ କେଜରିୱାଲ ଶୁକ୍ରବାର ସୁପ୍ରିମକୋର୍ଟରୁ ଜାମିନ ପାଇଛନ୍ତି। ଏହା ପରେ ସେ ବିଳମ୍ବିତ ରାତିରେ ଜେଲରୁ ବାହାରିଥିଲେ। କେଜରିୱାଲଙ୍କୁ ୫୦ ଦିନ ପରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଜୁନ ୨ରେ ଜେଲକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେଜରିୱାଲଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ କୋର୍ଟ ମଧ୍ୟ ଅନେକ ସର୍ତ୍ତ ରଖିଛନ୍ତି ଯେଉଁଥିରେ ସେ ଦିଲ୍ଲୀ ସଚିବାଳୟରେ ଅବସ୍ଥିତ ସିଏମ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ।