କୋରେଇରୁ ଲଢ଼ିବେ ପ୍ରଣବଙ୍କ ମା
ଭୁବନେଶ୍ୱର : କୋରେଇ, ନୀଳଗିରି ଓ ଖଣ୍ଡପଡ଼ା ପାଇଁ ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି । କୋରେଇରୁ ପ୍ରାର୍ଥୀ ହେବେ ପ୍ରଣବ ପ୍ରକାଶ ଦାସଙ୍କ ମା’ ସଂଧ୍ୟାରାଣୀ ଦାସ । କୋରେଇ ହେଉଛି ଅଶୋକ ଦାସଙ୍କ ଗଡ଼ । ସେଠାରୁ ସେ ବହୁବାର ବିଧାୟକ ହୋଇଛନ୍ତି । ସେହିପରି ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ ନାୟକ ପ୍ରାର୍ଥୀ ହୋଇଛନ୍ତି । ସାବିତ୍ରୀ ହେଉଛନ୍ତି ଖଣ୍ଡପଡ଼ାର ଟାଣୁଆ ନେତା ବେଣୁଧର ପ୍ରଧାନଙ୍କ ପତ୍ନୀ । ସେହିପରି ନୀଳଗିରିରୁ ସୁକାନ୍ତ ଦୁଇଥର ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ସେ ବିଜେପି ଟିକେଟରେ ଲଢ଼ି ବାଜିମାତ କରିଥିଲେ । ତେବେ ନିକଟରେ ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ