ଏକାଠି ହେଲେ ସର୍ବେଶ୍ୱର-ହିମାଂଶୁ

ଧର୍ମଶାଳାରୁ ପଦ୍ମ ଚିହ୍ନରେ ଲଢିବାକୁ ସ୍ମୃତିରେଖା ପହିଙ୍କୁ ସୁଯୋଗ ଦେଇଛି ଭାରତୀୟ ଜନତା ପାର୍ଟି । ପାର୍ଟିରୁ ଲଢିବାକୁ ସ୍ମୃତିରେଖାଙ୍କ ବାଦ ହିମାଂଶୁ ଶେଖର ସାହୁ ଏବଂ ସର୍ବେଶ୍ୱର ବେହୁରା ଆଶାୟୀ ଥିଲେ । ଦଳ ସର୍ବେଶ୍ୱର ଏବଂ ହିମାଂଶୁଙ୍କୁ ନିରାଶ କରିବା ପରେ ଉଭୟ ଏବେ ଏକାଠି ହୋଇଛନ୍ତି । ଟିକେଟ ଲବିରେ ଫେଲ ମାରିବା ପରେ ଧର୍ମଶାଳାରେ ନେତୃତ୍ୱ ପରିବର୍ତ୍ତନ ପାଇଁ ହାତଧରାଧରି ହୋଇଛନ୍ତି । ଦଳର ନିଷ୍ପତ୍ତି ଧର୍ମଶାଳାରେ ନେତୃତ୍ୱ ପରିବର୍ତ୍ତନ କରି ପାରିବନି ବୋଲି ସ୍ପଷ୍ଟ ଭାବେ ରାଜ୍ୟ ନେତୃ୍ତ୍ୱଙ୍କୁ ଜଣାଇ ଦେଇଛନ୍ତି । ଧର୍ମଶାଳାରେ ନୁଆସମୀକରଣ ପାଇଁ ସର୍ବେଶ୍ୱର-ହିମାଂଶୁ ଏକାଠି ହୋଇଥିବା ସମର୍ଥକଙ୍କ ତୁଣ୍ଡରୁ ଶୁଣିବାକୁ ମିଳୁଛି । ଉଭୟଙ୍କ ମିଶ୍ରଣ ବିଜେପି ଅଙ୍କକୁ ଓଲଟପାଲଟ କରିବ ବୋଲି ରାଜନୈତିକ ପଣ୍ଡିତ ମତ ରଖୁଛନ୍ତି ।