ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ବିଜେଡି ଟିକେଟରୁ ବଞ୍ଚôତ ହୋଇôବା ବିଧାୟିକା ସୀମାରାଣୀ ନାୟକ ଭାଜପାରେ ଯୋଗଦେଇ ଦଳୀୟ ପ୍ରାର୍ଥୀ ହେବାପରେ ହିନେ୍ଦାଳ ରାଜନୀତିରେ ଉଷ୍ମତା ଅଧିକ ବଢିଯାଇଛି । ବିଜେଡି ଏମ୍ପି ମହେଶ ସାହୁଙ୍କୁ ଏଠାରେ ବିଧାୟକ ପ୍ରାର୍ଥୀ ଭାବେ ଅବତ୍ତିର୍ଣ୍ଣ କରିବା ପରେ ଲଢେଇ ବେଶ୍ ରୋଚକ ହେବ ବୋଲି ଆଲୋଚନା ହେଉଛି । ହିନେ୍ଦାଳ ବିଧାନସଭା ନିର୍ବାଚନମଣ୍ଡଳୀ ୨୦୦୦ ମସିହାରୁ ବିଜେଡିର ଗଡ ଭାବେ ରହିଆସିଛି । ୨୦୦୦ରୁ ୨୦୦୯ ଯାଏ ଏଠାରୁ ବିଜେଡିର ଅଞ୍ଜଳି ବେହେରା ବିଜୟୀ ହୋଇଥିଲେ । ସେ ରାଜ୍ୟ ସରକରରେ ମନ୍ତ୍ରୀ ପଦରେ ରହିଥିଲେ । ସେହିପରି ସୀମାରାଣୀ ନାୟକ ୨୦୧୪ ଓ ୨୦୧୯ ନିର୍ବାଚନରେ ହିନେ୍ଦାଳରୁ ବିଜେଡି ବିଧାୟିକା ହୋଇଥିଲେ । ୨୦୨୪ରେ ମଧ୍ୟ ସୀମାରାଣୀ ବିଜେଡି ଟିକେଟ୍ ଆଶାୟୀ ଥିଲ । ହେଲେ ଦଳ ତାଙ୍କୁ ପ୍ରାର୍ଥୀ ନ କରିବାରୁ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ବିଜେପି ତାଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଢେଙ୍କାନାଳ ଏମ୍ପି ମହେଶ ସାହୁଙ୍କୁ ବିଜେଡି ହିନେ୍ଦାଳ ନିର୍ବାଚନ ମଇଦାନରୁ ଓହ୍ଲାଇଛି । ଫଳରେ ବିଜେଡି ନିଜ ଗଡ ରକ୍ଷା ପାଇଁ ଏଠାରେ ଉଦ୍ୟମ ଆରମ୍ଭ କରିଥିବା ବେଳେ ବିଜେପି ପରିବର୍ତ୍ତନ ଆହ୍ୱାନକୁ ନେଇ ଲଢେଇ କରୁଛି । ଅନ୍ୟପଟେ କଂଗ୍ରେସ ଗୋବର୍ଦ୍ଧନ ଶେଖର ନାୟକଙ୍କୁ ଏଠାରେ ପ୍ରାର୍ଥୀ କରିବା ପରେ ଏଠାରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ବିଜେଡି ପ୍ରାର୍ଥୀ ମହେଶ ସାହୁ ମୁଖ୍ୟମନ୍ତ୍ରୀ ନୀବନ ସରକାରଙ୍କ ପ୍ରଗତିର ଧାରାକୁ ହିନେ୍ଦାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବଜାୟ ରଖିବା ପାଇଁ ମୁଖ୍ୟ ପ୍ରସଙ୍ଗ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନହିତକର ଯୋଜନାଗୁଡିକୁ ଆଧାର କରି ନିର୍ବାଚନ ଲଢିବ ବିଜେପି । କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାୟକଙ୍କ ଉପରେ ଚଳିତ ନିର୍ବାଚନରେ ସମସ୍ତଙ୍କ ନଜର ରହିଛି ।
ନିର୍ବାଚନୀ ତଥ୍ୟ ଅନୁଯାୟୀ, ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅଞ୍ଜଳି ବେହେରା ୬୦ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ରେବତୀ ବେହେରା ୪୫ ହଜାର ଭୋଟ ପାଇଥିଲେ । ବିଜେପିର ଲକ୍ଷ୍ମୀଧର ବେହେରା ୨୩ ହଜାର ଭୋଟ ପାଇ ୩ ନମ୍ବରରେ ରହିଥିଲେ । ସେହିଭଳି ୨୦୧୪ ନିର୍ବାଚନରେ ବିଜେଡିର ସୀମାରାଣୀ ନାୟକ ୫୪ ହଜାର ଭୋଟ ପାଇଥିବା ବେଳେ ବିଜେପିର ଲକ୍ଷ୍ମୀଧର ବେହେରା ପାଖାପାଖି ବେହେରା ୩୪ ହଜାର ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ । କଂଗ୍ରେସ ୩ ନମ୍ବରକୁ ଖସି ଯାଇଥିଲା । କିନ୍ତୁ ୨୦୧୯ ରେ ବିଜେଡିର ସୀମାରାଣୀଙ୍କୁ କଡା ଟକର ଦେଇଥିଲେ ବିଜେପିର ଅଶୋକ ନାୟକ । ସିମାରାଣୀ ୯୩ ହଜାର ଭୋଟ ପାଇଥିବା ବେଳେ ଆଶୋକ ୭୫ ହଜାର ଭୋଟ ପାଇଥିଲେ । ତେବେ ୨୦୨୪ରେ ସ୍ଥିତି ବଦଳି ଯାଇଛି । ସୀମାରାଣୀ ଏବେ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଢେଙ୍କାନାଳ ସାଂସଦ ମହେଶ ସାହୁ ଏଠାରେ ବିଜେଡି ପ୍ରାର୍ଥୀ ହୋଇ ନବୀନଙ୍କ ଜନ ହିତକର କାର୍ଯ୍ୟକୁ ନେଇ ପ୍ରଚାର ଚଳାଇଥିବା ବେଳେ ସିମାରାଣୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାକୁ ଜନତାଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପଟେ କଂଗ୍ରେସର ସ୍ଥିତି ସେତେଟା ଭଲ ନଥିବା ବେଳେ ବିଜେପି ବିଜେଡି ଲଢେଇ ମଧ୍ୟରେ ଫାଇଦା ଉଠାଇବାକୁ ଚେଷ୍ଟା କରିବ ।