ଭୋଟରଙ୍କୁ ବୋକା ଭାବିଛନ୍ତି କି ରବୀନ୍ଦ୍ର ଓ ସ୍ମୃତିରେଖା?
ଯାଜପୁର: ଧର୍ମଶାଳା ଦୁର୍ନୀତିର ପାହାଡ଼ରେ ଠିଆ ହୋଇଛି । ଯାବତୀୟ ଦୁର୍ନୀତି ଧର୍ମଶାଳାରେ ଖୁନ୍ଦି ହୋଇଛି । ମଣିଷରୁପୀ କଳାପାହାଡ଼ ମାଟି ତଳେ ଓ ଉପରେ ମହଜୁଦ ସଂପଦକୁ ଲୁଟି ନେବାରେ ଲାଗିଛନ୍ତି । କଳାପଥର ପାହାଡ଼ ଛାତିଚିରି କଳାପାହାଡ଼ ମାନେ କୋଟି କୋଟି ଟଙ୍କା କମାଉଥିବା ବେଳେ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଏକଥା କାହାକୁ ଅଛପା ନୁହେଁ । ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି । ତହସିଲରୁ କୋର୍ଟ, ଲୋକାୟୁକ୍ତରୁ ଏନ୍ଜିଟିରେ ତାଲିକା ଉପସ୍ଥାପନ ହୋଇଛି । ସୂଚନା କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେହୁରା ଧର୍ମଶାଳାର କଳାପଥର ଲୁଟର ପର୍ଦ୍ଦାଫାସ କରି କୋଟି କୋଟି ଟଙ୍କାର ଜରୀମାନା ଆଦାୟର ନୋଟିସ କରାଇବାକୁ ସମର୍ଥ ହୋଇଛନ୍ତି । ଶାସକ ଦଳ ପ୍ରଶାସନର ମିଲିଭଗତରେ ଧର୍ମଶାଳାରୁ କଳାପଥର ଲୁଟ ଚାଲିଥିବା କଥା ଅନେବାର କହିଛନ୍ତି । ଯାବତୀୟ ଦୁର୍ନୀତିକୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିବା ସର୍ବେଶ୍ୱରଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଛି । ହେଲେ କୌଣସି ସମୟରେ ବି ବିଜେପି ଜିଲାସ୍ତରୀୟ ନେତା ହେଉ କି ଧର୍ମଶାଳା ନେତାନେତ୍ରୀ ସରକାରୀ କଳ କି ସରକାରୀ ଦଳ ବିରୁଦ୍ଧରେ ପାଟି ଫିଟେଇ ନାହାନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଦିନେ ନାହିଁ ଅଧେ ନାହଁ ଗହ୍ମା ପୁନେଇଁରେ... ପରି ନିର୍ବାଚନ ସମୟରେ ବିଜେପି ନେତା କୁମ୍ଭିର କାନ୍ଦଣା କାନ୍ଦି ବାହୁବଳି ନେତା କି ବିଜେଡ଼ି ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇ ନଥାନ୍ତେ । ବର୍ଷ ତମାମ, ଡ଼ଙ୍କାରୀରୁ ଆରମ୍ଭ କରି ରାହାଡ଼ପୁର, ଲଣିବର, ବିଛାଖଣ୍ଡି, ଆରୁହା ପାହାଡ଼ରୁ କଳାପାହାଡ଼ ରୁପୀ କଳାପଥର ଲୁଟି ଚାଲିଛନ୍ତି । ଲୁଣିବର ହେଉ କି ରାହାଡ଼ପୁରରେ ଦୁର୍ଘଟଣା ଘଟି ଏକାଧିକଙ୍କ ମୃତୁ୍ୟ ଘଟିଥିବା ବେଳେ କେତେକ କ୍ଷତାକ୍ତ ହୋଇଛନ୍ତି । ହେଲେ କେବେ କୌଣସି ସମୟରେ ବିଜେପି ନେତା ଏହା ବିରୁଦ୍ଧରେ ସ୍ୱର ଉଠାଇ ନଥିବା ବେଳେ ନିର୍ବାଚନ ସମୟ ହୋଇଥିବାରୁ ଡ଼ଙ୍କାରୀ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସରକାର ଏବଂ ଶାସକ ଦଳ ବିଧାୟକଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ଏବଂ ଧର୍ମଶାଳା ବିଧାୟକ ପ୍ରାର୍ଥିନୀ ସ୍ମୃତିରେଖା ପହି । ଗଲାକାଲି ରାତିରେ ରବୀନ୍ଦ୍ର ଓ ସ୍ମୃତିରେଖା ମିଳିତ ସାମ୍ବାଦିକ ସମ୍ମିଳନୀ କରି ବେଆଇନ ଖଣି କାରବାର ଚାଲିଥିବା କଥା କହି ଏଠି ପୁଲିସ ମାଫିଆଙ୍କ ସୁରକ୍ଷା କବଚସାଜିଛି ବୋଲି ଆରୋପ ଲଗାଇଥିଲେ । ପାଞ୍ଚବର୍ଷ ତଳୁ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବାକୁ ଇଛା ରଖି ଚାକିରୀ ଛାଡ଼ି ଆସିଥିବା ରବୀନ୍ଦ୍ର ବିଜେପିର ବିଭିନ୍ନ ସଭାସମିତିରେ ସାମିଲ ହେଉଥିଲେ । ପାଞ୍ଚବର୍ଷ ଭିତରେ କଳାପଥର ଲୁଟ ପ୍ରସଙ୍ଗରେ ଗଦାଗଦା ଅଭିଯୋଗ ଆଣିଥିଲେ ସର୍ବେଶ୍ୱର । ତହସିଲ ଘେରିବା ହେଉ କି ଜିଲା କାର୍ଯ୍ୟାଳୟ ଆଗରେ ବସିଛନ୍ତି । ଲୋକାୟୁକ୍ତରେ ଅପିଲ କଥା ହେଉ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସର୍ବେଶ୍ୱର । ସର୍ବେଶ୍ୱର ଗୋଟେ ପ୍ରକାର କଳାପଥର ମାଫିଆ ସହ ସରକାରୀ କଳ, ସରକାରୀ ଦଳ ସହ ଲଢେଇ କରି ଆସିଛନ୍ତି । ଏକଲା ଏକଲା ସର୍ବେଶ୍ୱର ଗୋଟିଏ ବଡ଼ ଗୋଷ୍ଟି ବିରୁଦ୍ଧରେ ଲଢେଇ କରୁଥିବା ବେଳେ କେହିବି ରବୀନ୍ଦ୍ର ସାଥ ଦେଇନଥିଲେ । ଯାହା ଗଲାକାଲି ଉଗାଳିଥିଲେ । ରବୀନ୍ଦ୍ର କହିଥିଲେ କି ଡ଼ଙ୍କାରୀ କଥା ଆଗରୁ ଶୁଣୁଥିଲୁ, କିନ୍ତୁ ଆଜି ଆଖିରେ ଦେଖିଲୁ । ଖଣି ଦୁର୍ନୀତିର ଜ୍ୱଳନ୍ତ ଉଦାହରଣ ହେଉଛି ଡ଼ଙ୍କାରୀ ।ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ପଦାରେ ପକାଇ ଦେଇଛି । ଖଣିରେ ଡ଼ିନାମାଇଟ ବ୍ଲାଷ୍ଠିଂ କରାଯାଇଛି । ବାହୁବଳି ବିଧାୟକଙ୍କ ହାତବାରିସି ସାଜିଥିବା ଲିଜଧାରୀ ପାଇଁ କାହାକୁ ଖାତିର କରିନଥିବା ବେଳେ ପୁଲିସ ନିରବ ସାଜିଛି । ରବୀନ୍ଦ୍ର ଯୋଉ ଅଭିଯୋଗଟି ଆଣିଛନ୍ତି ସେଥିରେ ସତ୍ୟତା ରହିଛି କି ନାହିଁ ତାହାତ ତଦନ୍ତ ସାପେକ୍ଷ, କିନ୍ତୁ ସମାନ ଅଭିଯୋଗ ସର୍ବେଶ୍ୱର ବେହୁରା କରୁଥିବା ବେଳେ ସେଥିଲେ କେଉଁଠି ? ସର୍ବେଶ୍ୱରଙ୍କ ଅକଳରେ ପକାଇ ପୁଲିସ ବାନ୍ଧି ହାଜତକୁ ପଠାଇବା ବେଳେ ରବୀନ୍ଦ୍ର ମଧ୍ୟ ପାଟି ଖୋଲିଥିବାର ଦେଖିବାକୁ ମିଳିନଥିଲା । ହେଲେ ନିର୍ବାଚନ ବେଳେ ଲୋକସଭା ପ୍ରାର୍ଥୀ ରବୀନ୍ଦ୍ରଙ୍କ ଏଭଳି କୁମ୍ଭିର କାନ୍ଦଣା କେବଳ ଦଳୀୟ ମହଲରେ ନୁହେଁ ସାଧାରଣରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି । ଗଲାକାଲି ରବୀନ୍ଦ୍ରଙ୍କ ପରି ବିଧାୟୀକା ପ୍ରାର୍ଥିନୀ ସ୍ମୃତିରେଖା ପହି ଡ଼ଙ୍କାରୀ ଲିଜଧାରୀ ନାରାୟଣ ରାଉତ ସବୁ ପ୍ରକାର ନିୟମକୁ ଉଲ୍ଲଘନ କରିଚାଲିଥିବା କଥା କହିଥିଲେ । ଦୁର୍ଘଟଣାକୁ ଚାପିଦେବାକୁ ଜେନାପୁର ପୁଲିସ ଲିଜଧାରୀଙ୍କ ସହହାତ ମିଳାଇଛନ୍ତି । ନିୟମ ଭିତରେ ସବୁକିଛି ଚାଲୁନଥିବା ବେଳେ ପିସି ନେଉଥିବା ପୁଲିସ ମାଫିଆକୁ ସହଯୋଗ କରି ଆସିଛନ୍ତି । ମୁଁ ଦେଇଥିବା ଏତଲାକୁ ପୁଲିସ ଗ୍ରହଣ ନକରିବା ହେଉଛି ବଡ଼ ପ୍ରମାଣ ବୋଲି ସ୍ମୃତିରେଖା ଅଭିଯୋଗ ଆଣି ଥାନା ଘେରାଉ କରିବାର ଚେତାବନୀ ଦେଇଥିଲେ । ସ୍ମୃତିରେଖା ପହି ପାଞ୍ଚବର୍ଷ ତଳୁ ଧର୍ମଶାଳା ରାଜନୀତିରେ ପ୍ରବେଶ କରିଛନ୍ତି । ୨୦୧୯ରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ଯଦି ପଞ୍ଚାୟତ ନିର୍ବାଚନ ପରବର୍ତ୍ତି କଥା ଦେଖିବା ତେବେ ତାଙ୍କ ଦଳର ସର୍ବେଶ୍ୱର ବେହୁରା ବିଛାଖଣ୍ଡି ହେଉ କି ଆରୁହା ପାହାଡ଼ରୁ କଳାପଥର ଲୁଟକୁ ନେଇ ଲୋକାୟୁକ୍ତକୁ ଯିବା ଏବଂ ଲୋକାୟୁକ୍ତ ପ୍ରଶାସନକୁ ଭର୍ଚ୍ଛନା କରିବା ଠାରୁ ଆରମ୍ଭ କରି କୋଟି କୋଟି ଟଙ୍କା ଜରୀମାନା ଲାଗୁ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବିଜେପି ଦଳର ଜଣେ ନେତା ଧର୍ମଶାଳାରେ ଚାଲିଥିବା ପାହାଡ଼ ଲୁଟ କଥାକୁ ଉଠାଇବା ସହ ଧରାଇବାକୁ ସମର୍ଥ ହୋଇଥିଲେ ରବୀନ୍ଦ୍ରଙ୍କ ପରି ସ୍ମୃତିରେଖା କେବେବି ସର୍ବେଶ୍ୱରଙ୍କୁ ଲଢିବାକୁ ସାହସ ଦେଇନଥିଲେ । ଓଲଟି ଯଦି କହିବା ସର୍ବେଶ୍ୱରଙ୍କୁ ପୁଲିସ ବାନ୍ଧି ଜେଲ ପଠାଇଥିଲେ ବି ସ୍ମୃତିରେଖା ଶାସକ-ପ୍ରଶାସକଙ୍କ ଚକ୍ରାନ୍ତ ବିରୁଦ୍ଧରେ ପଦୁଟିଏ କହିନଥିଲେ । ଯାହା ଧର୍ମଶାଳାରେ ବେଶ ଆଲୋଚନାର ବିଷୟ ହୋଇଥିଲା । ହେଲେ ନିର୍ବାଚନରେ ଲଢୁଥିବାରୁ ଘଟିଥିବା ଘଟଣାରୁ ରାଜନୈତିକ ଫାଇଦା ଉଠାଇବାକୁ ରବୀନ୍ଦ୍ର ଏବଂ ସ୍ମୃତିରେଖା ବିଜେଡ଼ି ସରକାର, ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନକୁ କରିଥିବ