ଦରମା ଟଙ୍କା ଲୋକଙ୍କୁ ବାଣ୍ଟିବି : ସୁବାସିନୀ


 ଭୁବନେଶ୍ୱର: ସିମୁଳିଆର ବିକାଶ ମୋର ଏକମାତ୍ର ଲକ୍ଷ୍ୟ  । ନବୀନ ସରକାରଙ୍କ ସବୁ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀ ପାଇବେ  । ମୁଁ ବିଧାୟିକା ହେବା ପରେ ମୋର ଦରମା ଟଙ୍କା ଲୋକଙ୍କୁ ବାଣ୍ଟିବି  । ନିର୍ବାଚନ ପ୍ରଚାର ବେଳେ ଏଭଳି କହିଛନ୍ତି ସିମୁଳିଆର ବିଜେଡ଼ି ପ୍ରାର୍ଥୀ ସୁବାସିନୀ ସାହୁ  । 
ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଦଳୀୟ ନେତା, କର୍ମୀ ମହଲରେ ତତ୍ପରତା ସେତିକି ବଢ଼ି ବଢ଼ି ଚାଲିଛି । ଗ୍ରୀଷ୍ମ ଲହରୀ ସାଙ୍ଗକୁ ପ୍ରଚାର ଅଭିଯାନ ସତେ ଯେମିତି ତାଳକୁ ତାଳ ଦେଇ ନିର୍ବାଚନ ଉଷ୍ମତା ବଢ଼େଇ ଦେଇଛି । ସାହି ବସ୍ତି ଗାଁ ଗାଁରେ ଭୋଟରକୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ରଣ କୌଶଳ ଆରମ୍ଭ କରିଦେଇଛି । ଅସନ୍ତୁଷ୍ଟ ନେତାକର୍ମୀଙ୍କୁ ମନେଇବା ପାଇଁ ଦଳୀୟ ନେତୃମଣ୍ଡଳୀ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ଦଳଡ଼ିଆଁ ରାଜନୀତି ନେତାଙ୍କ ମୁଣ୍ଡବିନ୍ଧା କାରଣ ପାଲଟିଛି । କେତେବେଳେ ବିଜେଡ଼ି କର୍ମୀ ବିଜେପି ଶିବିରରେ ତ ପୁଣି କେତେବେଳେ ବିଜେପି ନେତା କର୍ମୀ ବିଜେଡ଼ି ଶିବିରରେ ଝାମ୍ପ ଦେଉଛନ୍ତି । କେବଳ ବିଜେଡ଼ି, ବିଜେପି ନୁହେଁ କଂଗ୍ରେସ ପଛୁଆ ଥିଲେ ମଧ୍ୟ ଅସନ୍ତୁଷ୍ଟ ବିଜେଡ଼ି ବିଜେପି କର୍ମୀମାନଙ୍କୁ ମଧ୍ୟ ସାମିଲ କରୁଥିବା ଜଣାପଡ଼ିଛି । 
ହେଲେ ଏହାରି ଭିତରେ ସିମୁଳିଆ ରାଜନୀତି ସରଗରମ ହୋଇଛି । ଏଠାରୁ ପ୍ରଥମ କରି ପ୍ରତିନିଧିତ୍ୱ କରୁଛନ୍ତି ମହିଳା ପ୍ରାର୍ଥିନୀ ସୁବାସିନୀ ସାହୁ । ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଆସନରୁ ବିଧାୟିକା ପ୍ରାର୍ଥୀ ଭାବେ ଚୟନ କରିଛନ୍ତି । ସମାଜସେବୀ ଶଶି ସାହୁଙ୍କ ଧର୍ମପତ୍ନୀ ସୁବାସିନୀ ବାଲେଶ୍ୱର ଅଞ୍ଚଳର ବହୁ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶା ବେଳେ ଛିଡା ହୋଇ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହା ସହିତ ସିମୁଳିଆବାସୀଙ୍କ ନିକଟରେ କିପରି ମୁଖ୍ୟମନ୍ତ୍ରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବ ସେ ଦିଗରେ ଆପ୍ରାଣ ଚେଷ୍ଟା ଜାରିରଖିଛନ୍ତି । ଏହା ସହିତ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର କିପରି ସମାଧାନ ହେବ ସେଥିପ୍ରତ ଧ୍ୟାନ ଦେଇଛନ୍ତି । ତତ୍ ସହିତ ସେ ବିଧାୟିକା ହେଲା ପରେ ତାଙ୍କର ଯାହା ଦରମା ମିଳିବ ସେ ପ୍ରତ୍ୟେକ ଲୋକମାନଙ୍କୁ ବାଣ୍ଟିବାକୁ କହିଛନ୍ତି । ଚଳିତଥର ଜୁନ୍ ୧ରେ ଶିମୁଳିଆରେ ନିର୍ବାଚନ ହେବ । ଏଥିରେ ଯୋଡି ଶଙ୍ଖକୁ ଭୋଟ ଦେବାପାଇଁ