କଂଗ୍ରେସରେ ବିଭାଜନ ଓ ନିର୍ବାଚନ
ଚତୁର୍ଥ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସରେ ବିଭାଜନ ହୋଇଥିଲା । କଂଗ୍ରେସ (ଆର) ଓ କଂଗ୍ରେସ (ଓ)ରେ ବିଭକ୍ତ ହୋଇଯାଇଥିଲା । ଉଭୟ ଅସଲି କଂଗ୍ରେସ ବୋଲି ଦାବି କରିବାରୁ କଂଗ୍ରେସର ନିର୍ବାଚନୀ ଚିହ୍ନ ‘ଯୋଡ଼ି ବଳଦ’ ଅକାମୀ କରାଯାଇଥିଲା । ଅପରପକ୍ଷରେ ବିଜୁ ପଟ୍ଟନାୟକ କୌଣସି ଦଳରେ ଯୋଗନଦେଇ ଉକôଳ କଂଗ୍ରେସ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ । ସେହିପରି ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ‘ଜନ କଂଗ୍ରେସ’ ଦଳ ଗଠନ କରାଯାଇଥିଲା । ଏହି ସମୟରେ ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ ମଧ୍ୟ ସର୍ବଭାରତୀୟ ସ୍ୱତନ୍ତ୍ର ପାର୍ଟିରେ ବିଲୀନ ହୋଇଯାଇଥିଲା । ଫଳରେ ଏହି ନିର୍ବାଚନ ବେଶ ରୋଚକ ହୋଇଥିଲା । ସ୍ୱତନ୍ତ୍ର ପାର୍ଟି ସର୍ବାଧିକ ୪୯ ଆସନ ପାଇଥିଲା ।