ବାଲେଶ୍ୱର ଲୋକସଭା: ଦଳ ବନାମ ବ୍ୟକ୍ତିତ୍ୱ ଲଢେଇ

ବୈଶିଙ୍ଗାରୁ ବିମଳେନ୍ଦୁ ମହାପାତ୍ର :
ବାଲେଶ୍ୱର ସଂସଦୀୟ କ୍ଷେତ୍ର ସ୍ୱାଧୀନତା ପର ଠାରୁ ବହୁ ବର୍ଷ ଧରି ଭାରତୀୟ ଜାତୀୟ କଂଗ୍ରେସର ନେତା ସଂସଦର ପ୍ରତିନିଧିôବ କରି ଆସୁଥିଲେ । ପରବର୍ତ୍ତୀ ସମୟରେ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ସମରେନ୍ଦ୍ର କୁଣ୍ଡୁ ତିନି ଥର, ଖାରବେଳ ସ୍ୱାଇଁ ଦୁଇଥର , ୨୦୦୯ ରେ ବର୍ତ୍ତମାନର ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ୨୦୧୪ରେ ରବିନ୍ଦ୍ର କୁମାର ଜେନା ଏବଂ ୨୦୧୯ରେ ବର୍ତ୍ତମାନର ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ପ୍ରତିନିଧିôତ୍ୱ କରିଆସିଛନ୍ତି । ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର, ରେମୁଣା, ନୀଳଗିରି, ଜଳେଶ୍ୱର, ଭୋଗରାଇ, ବସ୍ତା ବିଧାନସଭା କ୍ଷେତ୍ର ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ବଡ଼ସାହି ବିଧାନ କ୍ଷେତ୍ରଟି ଜଡିତ ରହିଛି । ଏହି ବଡ଼ସାହି ବିଧାନ କ୍ଷେତ୍ରଟି ମୟୂରଭଞ୍ଜ ଜିଲ୍ଲାର ସାଂଗଠନିକ ପ୍ରଭାବ ଥିଲେ ମଧ୍ୟ ବାଲେଶ୍ୱର ସାଂସଦ ଅଧୀନରେ ଥିବାରୁ ଉନ୍ନତିମୂଳକ କାର୍ଯ୍ୟ ରେ ବ୍ୟତିକ୍ରମ ଦେଖାଯାଇଛି । ଗତ ତିନିଟି ସାଧାରଣ ନିର୍ବାଚନ ଯଦି ଦେଖାଯାଏ ଭାରତୀୟ ଜାତୀୟ କଂଗ୍ରେସର ସାଂସଦ ତଥା ମନ୍ତ୍ରୀ ପଦ ପାଇଥିବା ଶ୍ରୀକାନ୍ତ ଜେନା ପୁରା ନିର୍ବାଚନ ମଣ୍ଡଳୀରେ ଯେଉଁ ଭଳି ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିଛନ୍ତି ପରବର୍ତ୍ତୀ ସମୟରେ ବିଜେଡିର ରବୀନ୍ଦ୍ର କୁମାର ଜେନା ଏବଂ ତତ୍ପରେ ବିଜେପିର ମନ୍ତ୍ରୀପଦ ପାଇ ମଧ୍ୟ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୌଣସି ଆଖି ଦୃଶିଆ ଉନ୍ନତିମୂଳକ କାର୍ଯ୍ୟ କରିନଥିବାର ସାଧାରଣ ଭୋଟର ପ୍ରକାଶ କରିଛନ୍ତି । ତେଣୁ ବ୍ୟକ୍ତିତ୍ୱକୁ ଯଦି ଦେଖାଯାଏ ତେବେ ଚଳିତ ନିର୍ବାଚନର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ହିଁ ଉତ୍ତମ ପ୍ରାର୍ଥୀ ବୋଲି ସାଧାରଣରେ ବିବେଚନା କରାଯାଏ । ଅପରପକ୍ଷରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଲହର ·ଲିଥିବା ବେଳେ ବିଜେପିର ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କର ବ୍ୟକ୍ତିତ୍ୱ ହାର ମାନି ଯାଇ ପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସେହିପରି ଜଣେ ମହିଳା ସାଂସଦ ପ୍ରାର୍ଥିନୀ ଭାବେ ଲେଖାଶ୍ରୀ ସାମନ୍ତ ସିଂହାର ବର୍ଷ ବର୍ଷ ଧରି ବିଜେପିର ଗୁଣଗାନ କରୁଥିବା ବେଳେ ଶେଷ ମୁହୁର୍ତ୍ତ ରେ ବିଜେଡିରେ ଯୋଗ ଦେଇଛନ୍ତି । ନବୀନଙ୍କ ବିକାା ତାଙ୍କ ବିଜୟର ସୂତ୍ରଧାର ସାଜିବ ବୋଲି ଆଳୋଚନା ହେଉଛି । ଏତଦବ୍ୟତୀତ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ଟିକେଟ ଦାବି କରୁଥିବା ମହାମେଘବାନ ଐରଖାରବେଳ ସ୍ୱାଇଁ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ସ୍ୱାଧୀନ ଭାବେ ଲଢୁଛନ୍ତି । ତାଙ୍କର ଦୁଇ ଥର ସାଂସଦ ଥିବା ସମୟରେ ସେ ମଧ୍ୟ ବଡ଼ସାହି ନିର୍ବାଚନମଣ୍ଡଳୀ ରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ବୋଲି ନିଜ ଡିଣ୍ଡିମ ନିଜେ ପିଟୁଥିବା ପ୍ର·ର କରୁଛନ୍ତି । ଏହି ସବୁ କାରଣକୁ ଅଧାର କରି ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ବାଦ ଦେଇ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ଶୈଳୀ ପାଇଁ ପ୍ରାର୍ଥୀ ବିଜୟୀ ହେବାର ଆଶା କରାଯାଏ ।