ଜ୍ୟୋତି ପାଣିଗ୍ରାହୀଙ୍କ ବିରୋଧୀଙ୍କୁ କାପୁରୁଷ କହି ଟାର୍ଗେଟ!

ଜ୍ୟୋତି ପାଣିଗ୍ରାହୀଙ୍କ ବିରୋଧୀଙ୍କୁ କାପୁରୁଷ କହି ଟାର୍ଗେଟ!

ସଦଭାବନା ନାଁରେ ଜ୍ୟୋତି ପାଣିଗ୍ରାହୀଙ୍କର ଦଳୀୟ ବିରୋଧୀଙ୍କୁ ନିଶାନା ।  ସିମୁଳିଆ-ଖଇରାବାସୀ ନିରାଶ ହୁଅନ୍ତୁ ନାହିଁ । ସତ୍ୟର ବିଜୟ ନିକଟତର ବୋଲି କହିଲେ । ଅର୍ଥବଳ, ବାହୁବଳର ଭୟ, ମିଥ୍ୟା ଅପପ୍ରଚାର କୁହୁଡି ପରି ମିଳେଇ ଯିବ । କ୍ରିକେଟର ଉଦାହରଣ ଦେଇ କଟାକ୍ଷରେ କହିଲେ , ହାରିଥିବା ଦଳ ଦୋଷକୁ ସମୀକ୍ଷା ନକରି ଅମ୍ପାୟାର, ପଡିଆ ଓ ପାଗକୁ ଦୋଷ ଦିଏ । ହାରିବା, ଜିତିବା ଓ ଖେଳିବାର ସୁଯୋଗ ପାଇବା ନପାଇବା ସେବାର ଲକ୍ଷ୍ୟ ନୁହେଁ । ପଦ ପଦବୀ ପାଇଲେ ସେବା କରିବି ନହେଲେ କରିବିନି ,ଏହା କାପୁରୁଷର ଲକ୍ଷଣ । ମହାଭାରତ,ରାମାୟଣରେ ଦୁର୍ଯେ୍ୟାଧନ ଓ ରାବଣର ମୃତୁ୍ୟ ନେଇ ଯାହା କୁହାଯାଏ... ଠିକ୍ ନୁହେଁ । ବାସ୍ତବରେ ଅହଙ୍କାର, ଦାମ୍ଭିକତା, ବଡପଣିଆର ମୃତୁ୍ୟ । ପଦ ପଦବୀ ଆସିପାରେ, ନ ଆସିପାରେ ବୋଲି କହିଛନ୍ତି ଜ୍ୟୋତି ପାଣିଗ୍ରାହୀ । କାହାକୁ ସାହାଯ୍ୟ କରି ଫାଇଦା ପାଇଁ ଆତ୍ମ ପ୍ରଚାର କରିବା ଗ୍ରହଣୀୟ ନୁହେଁ ।