ବିଜେପିକୁ ବଳ ଦେବାକୁ ଆସୁଛନ୍ତି ଧର୍ମେନ୍ଦ୍ର

ବିଜେପିକୁ ବଳ ଦେବାକୁ ଆସୁଛନ୍ତି ଧର୍ମେନ୍ଦ୍ର


ଯାଜପୁର,: ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ବିଜେପି ସ୍ମୃତିରେଖା ପହିଙ୍କୁ ପ୍ରାର୍ଥି କରିବା ପରେ ଯେଉଁ ପାଲା ମାସାଧିକ ପର୍ଯ୍ୟନ୍ତ ଚାଲିଥିଲା ତାହାକୁ ରାଜ୍ୟ ନେତୃତ୍ୱ ଏବଂ ଭୋଟର ଭଲ ଭାବେ ଦେଖିଥିଲେ ଏବଂ ଅନୁଭବ କରିଥିଲେ । ନାଁ ଘୋଷଣା ପରଠରୁ ନାମାଙ୍କନ ପତ୍ର ଦୁଇଦିନ ପୂର୍ବଯାଏ ପହିଙ୍କ ବଦଳରେ ବିଜେପି ହିମାଂଶୁ ଶେଖର ସାହୁଙ୍କ ନାଁ ଘୋଷଣା କରିପାରେ ବୋଲି ଏକ ଧାରଣା ଧର୍ମଶାଳାବାସୀଙ୍କ ମନରେ ରହିଥିଲା । କିନ୍ତୁ ତାହା ହୋଇନଥିଲା । ବିଜେପିରୁ ଟିକେଟ  ଆଶାୟି ଥିବା ହିମାଂଶୁ ସ୍ୱାଧୀନ ଭାବେ ନାମାଙ୍କନ କରି ଏବେ ମଇଦାନରେ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ସହ ଲଢେଇ କରୁଛନ୍ତି । ଧର୍ମଶାଳାର ରାଜନୈତିକ ପାଣିପାଗ ଯାହା ବିଜେଡ଼ିକୁ କଡ଼ା ଟକ୍କର ଦେଉଛନ୍ତି ସ୍ୱାଧୀନ ହିମାଂଶୁ । ହିମାଂଶୁଙ୍କ ପ୍ରଚାର ଆଗରେ ବିଜେଡ଼ି କୁହ କି ବିଜେପି ବା କଂଗ୍ରେସ ପଛରେ ପଡ଼ିଯାଇଛନ୍ତି । ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିକୁ ବିଜେପି ଟକର ଦେଉଥିବା ବେଳେ ଧର୍ମଶାଳାରେ କିନ୍ତୁ ସ୍ୱାଧୀନ ହିମାଂଶୁ ଟକର ଦେବା ଭଳି ପ୍ରଦର୍ଶନ କରୁଛି । ଯାହା ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ବ୍ୟତିକ୍ରମ ହୋଇଥିବା ବେଳେ ବିଜେଡ଼ି ପାଇଁ ହିମାଂଶୁ ମୁଣ୍ଡବ୍ୟଥାର କାରଣ ହୋଇପଡ଼ିଛି । ବିଜେଡ଼ି ତାର ଗୈାରବ ବଜାୟ ରଖିବାକୁ ମିଶ୍ରଣ ପର୍ବକୁ ତ୍ୱରାନ୍ୱିତ କରିଛି । ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ଆସି କର୍ମୀ ଏବଂ ସମର୍ଥକ ମିଶୁଥିବା ବିଜେଡ଼ି ପକ୍ଷରୁ କୁହାଯାଉଛି । ବିଜେଡ଼ି ପକ୍ଷରୁ ଯେଉଁ ସୂଚନା ଦିଆଯାଉଛି, ସେଥିରେ କଂଗ୍ରେସ ଅପେକ୍ଷା ବିଜେପିର କର୍ମୀ ଏବଂ ସମର୍ଥକ ସଂଖ୍ୟା ଅଧିକ ରହୁଛି । ଅତଏବ ଧର୍ମଶାଳା ବିଜେପି ପ୍ରତିଦିନ ଛିଡିବାରେ ଲାଗିଛି । ବିଜେପିକୁ ବଳ ଦେବାକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ସେ ଧର୍ମଶାଳା ବିଜେପିକୁ ବଳ ଦେବାକୁ ମହୋସôବ ପଡ଼ିଆରେ ଆୟୋଜିତ ସମାବେଶରେ ଉଦ୍ବୋଧନ ଦେବା ସହ ସ୍ମୃତିରେଖା ପହିଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ କରିବେ ନିବେଦନ । ସେଥିପାଇଁ ଧର୍ମଶାଳା ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ସମାବେଶକୁ ସଫଳ କରିବାକୁ ସ୍ମୃତିରେଖା ପହି ଲାଗିପଡ଼ିଛନ୍ତି । ସମାବେଶରେ ଆଶାନୁରୂପ ଲୋକ ହେବେ କି ନାହିଁ ତାହାତ ଜଣାପଡ଼ିବ, କିନ୍ତୁ ସ୍ମୃତିରେଖା ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ସମ୍ମାନ ରଖିପାରିବେ ତ ବୋଲି ଭୋଟରଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲାଣି । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥି ୪୮ହଜାର ଭୋଟ ହାତେଥିଲେ ହେଁ ବିଜେଡ଼ି ପ୍ରାର୍ଥି ୬୦ହଜାରରୁ ଅଧିକ ଭୋଟ ମାର୍ଜିନରେ ବିଜୟି ହୋଇଥିଲେ । ବିଜେଡ଼ି ପ୍ରାର୍ଥô ପ୍ରଣବ ବଳବନ୍ତରାୟଙ୍କୁ ଏଥର ଧର୍ମଶାଳାବାସୀ ୭୦ହଜାର ଭୋଟ ବ୍ୟବଧାନରେ ବିଜୟି କରାନ୍ତୁ ବୋଲି ଦୁଇଦିନ ତଳେ ଧର୍ମଶାଳା ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ଭିକେପାଣ୍ଡଆନ ନିବେଦନ କରିଥିଲେ । ବିଜେଡ଼ି ପଞ୍ଚାୟତ ନିର୍ବାଚନରେ ପାଇଥିବା ସଫଳତା ଆଧାରରେ ଭିକେପାଣ୍ଡିଆନ ଏଭଳି ଆଶା କରିଥିଲେ ହେଁ ୨୪ ନିର୍ବାଚନ ପାଣିପାଗରେ କିନ୍ତୁ ଅନେକ ପରିବର୍ତନ ପରିଲକ୍ଷିତ ହେଉଛି । ବିଜେପିରୁ ଟିକେଟ ବଞ୍ଚôତ ହିମାଂଶୁ ବିଜେଡ଼ି ହାତରୁ ସିଟ ଛଡ଼ାଇ ନେବା ଲକ୍ଷ୍ୟରେ ରହିଥିବା ବେଳେ ବିଜେପି ପ୍ରାର୍ଥିନୀ ପହିଙ୍କ ପାଇଁ ଧର୍ମେନ୍ଦ୍ର ସମାବେଶ କେତେଦୂର ବିଜେଡ଼ି ଗଡ଼ ଦୋହଲାଇ ପାରିବ, ତାହା ହିଁ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇପଡ଼ିଛି । ଦ୍ୱିତୀୟତ ହିମାଂଶୁଙ୍କ ବଦଳରେ ବିଜେପି ସ୍ମୃତିରେଖା ପହିଙ୍କୁ ପ୍ରାର୍ଥି କରି ଏକ ଚ୍ୟାଲେଞ୍ଜକୁ ଗ୍ରହଣ କରିଛି । ବିଜେପି ପାଇଁ ଧର୍ମଶାଳା ସମ୍ମାନର ପ୍ରଶ୍ନ ହୋଇଥିବାରୁ ସ୍ମୃତିରେଖା ଦଳ ଏବଂ ଧର୍ମେନ୍ଦ୍ରଙ୍କ ସମ୍ମାନ ରଖିପାରିବେ ତ? ବୋଲି ଧର୍ମଶାଳାରେ ଆଲୋଚନାର ବିଷୟ ହୋଇଛି ।