୨୯୨ ବୁଥ୍ ରେ ମତଦାନ କରିବେ ଭୋଟର

ଭୁବନେଶ୍ୱର: ଜନ୍ ୧ ତାରିଖରେ ଯଶିପୁର ନିର୍ବାଚନମଣ୍ଡଳୀ ଭୋଟ ଗ୍ରହଣ କରାଯିବ । ସବୁଦାୟ ୨୯୨ଟି ବୁଥରେ ୨୧୭୦୯୭ ଭୋଟର ମତଦାନ କରିବେ । ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯଶିପୁର, ରରୁଆଁ, ଶୁକୃଳି ଓ କୁସୁମୀ ବ୍ଲକର ପୁରୁଷ ଭୋଟର ୧୦୮୦୬୫, ମହିଳା ଭୋଟର ୧୦୯୦୨୬ ଓ ତୃତୀୟ ଲିଙ୍ଗୀ ୬ ଜଣ ମତଦାନ କରିବେ । ସବୁଠାରୁ ଅଧିକ ଭୋଟର ଥିବା ଯଶିପୁର ବ୍ଲକରେ ୨୦ପଞ୍ଚାୟତକୁ ୧୨ ସେକ୍ଟରରେ ଭାଗ କରାଯାଇ ୯୯ଟି ବୁଥ୍ କରାଯାଇଛି । ଇକୋ ଫ୍ରେଣ୍ଡଲି ବୁଥ୍ ଭାବେ ୫ଟି ବୁଥ୍ ଚିହ୍ନଟ ହୋଇଛି । ୨୨୮ ନମ୍ବର ବୁଥ୍ ଦିବ୍ୟାଙ୍ଗଙ୍କ ପାଇଁ ଧାର୍ଯ୍ୟ କରାଯାଇଛି । ୨୧୬ ନମ୍ବର ବୁଥକୁ ତୋରଣ ସୁସଜ୍ଜିତ ବୁଥ ଭାବେ ପ୍ରସ୍ତୁତି ଜାରି ରହିଛି । ୨୨ଟି ମଡେଲ ବୁଥ୍, ମହିଳା ଅଧିକାରୀଙ୍କୁ ନେଇ ପରିଚାଳିତ ହେବାକୁ ଥିବା ୬ଟି ସଖୀ ବୁଥ୍ ଚିହ୍ନଟ କରାଯାଇଛି । ଉଭୟ ପୁରୁଷ ଓ ମହିଳା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ମିଳିତ ୧୭ଟି ବୁଥ, ୧୦ଟି ଯୁବ ବୁଥ୍, ଇଣ୍ଟରନେଟ୍ ସଂଯୁକ୍ତ ୫୩ଟି ବୁଥ୍, ଭିଡିଓ ଗ୍ରାଫି ବୁଥ୍ ଭାବେ ୨୨ଟି ବୁଥ୍, ମାଇକ୍ରୋ ଅବଜରଭର ବୁଥ୍ ଭାବେ ୧୪ଟି ବୁଥ୍ କାର୍ଯ୍ୟ କରିବ । ମୋବାଇଲ ନେଟୱାର୍କ ନ ଥିବା ବୁଥ୍ ଭାବେ ୨୬ଟି ବୁଥ୍ ଚିହ୍ନଟ କରାଯାଇଛି । ଆଦିମ ଜନଜାତି ପିଭିଟିଜିଙ୍କ ଭୋଟ କେନ୍ଦ୍ର ଭାବେ ୧୭ଟି ବୁଥ୍, ୧୪ଟି ବୁଥ୍କୁ  ଉତ୍ତେଜନା ପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଛି ।  ପ୍ରକାଶ ଯେ, ୨୦୧୯ ନିର୍ବାଚନରେ ବୁଥ୍ ନଂ ୨୯୦ ନମ୍ବର ବୁଥ୍ ଶିମିଳିପାଳର ବନ୍ଦିରାବସାରେ ସବୁଠାରୁ କମ୍ ମତଦାନ ହୋଇଥିବା । ବେଳେ ୨୧୧ ନମ୍ବର ବୁଥ୍ ଚାକିଡି ପଞ୍ଚାୟତର ଉସ୍କିରେ ସର୍ବାଧିକ ଭୋଟ ପଡିଥିବା ରେକର୍ଡର ଜଣାପଡିଛି । ନିର୍ବାଚନକୁ ଅବାଧ, ଭୟମୁକ୍ତ ଓ ନିରପେକ୍ଷ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ବ୍ଲକ ଏପିଓ ତଥା ନିର୍ବଚାନ ଦାୟିତ୍ୱରେ ଥିବା  ବିମଳ କୁମାର ମହାପାତ୍ର କହିଛନ୍ତି ।