ଆଗରେ ବିଜେପି-ବିଜେଡି, ଆସ୍ଥା ହରାଉଛି କଂଗ୍ରେସ
ବାଲେଶ୍ୱରରୁ ସରୋଜ ପଣ୍ଡା :
ଚଳିତ ସାଧାରଣ ନିର୍ବାଚନରେ ଆଉ ମାତ୍ର ୫ ଦିନ ପରେ ବାଲେଶ୍ୱରରେ ମତଦାନ ହେବାକୁ ଯାଉଛି । ଏନେଇ ବିଜେପି ଓ ବିଜେଡିର ପ୍ରାର୍ଥୀଙ୍କ ବିଜୟ ପାଇଁ ଦୁଇ ଦଳର ନେତା, କର୍ମୀ ତଥା ସମର୍ଥକ ପ୍ର·ର କାର୍ଯ୍ୟକୁ ଜୋରଦାର କରିଛନ୍ତି । ମୋଦି ଓ ନବୀନ ହାୱା ସାଙ୍ଗକୁ ଭୋଟରଙ୍କୁ ମନାଇବା ପାଇଁ ଉଭୟ ଦଳ ପକ୍ଷରୁ ଜାରି ରହିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ମାତ୍ର ଏ କ୍ଷେତ୍ରରେ କଂଗ୍ରେସ ଠାରେ ସେଭଳି ପ୍ରୟାସ ପରିଲକ୍ଷିତ ହେଉନାହିଁ । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ତାଙ୍କର ଆଗମନ ପରେ ଏଠାରେ କଂଗ୍ରେସର ଦୁର୍ବଳ ସ୍ଥିତିର ସୁଧାର ଆସିବ ବୋଲି ଦଳୀୟ କର୍ମୀ ଓ ସମର୍ଥକ ଆଶା ରଖିଥିଲେ । ଦଳର ଯୁବ କର୍ମୀଙ୍କୁ ସଂଗଠିତ ତଥା ଉତ୍ସାହିତ କରିବା ପରିବର୍ତ୍ତେ କିଛି ଆଉଟ ଡେଟେଡ ବର୍ଷୀୟାନ କର୍ମୀଙ୍କୁ ନେଇ ଶ୍ରୀ ଜେନା ଠିକା ପକାଇବା ଭଳି ପ୍ର·ର କାର୍ଯ୍ୟ ଚଳାଇଥିବା ନେଇ କର୍ମୀ ମହଲରୁ ଜଣାଯାଇଛି । ଏହି ଆସନରୁ ୨୦୧୯ରେ ନିର୍ବାଚିତ ହୋଇ ଶ୍ରୀ ଜେନା କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ସେତେବେଳେ ସେ ବାଲେଶ୍ୱରରେ ବହୁ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ବି ଅଧିକାଂଶ ସମୟ ତାଙ୍କର ଦିଲ୍ଲୀରେ କଟିଥିଲା । କେତେବେଳେ କେମିତି ବାଲେଶ୍ୱର ଆସିଲେ କେବଳ ସାମ୍ବାଦିକ ସମ୍ମିଳନୀଟିଏ କରି ସେ ନିଜର ଦାୟିତ୍ୱ ସାରି ଦେଉଥିଲେ । ନିର୍ଦ୍ଦିଷ୍ଟ କେତକ କର୍ମୀଙ୍କ ଗହଣରେ ରହୁଥିଲେ ବି ଦଳୀୟ ସଂଗଠନକୁ ଆଗକୁ ନେବାରେ ସେ କେବେ ଉଦ୍ୟମ କରିନଥିଲେ ବୋଲି ସେତେବେଳେ କର୍ମୀ ମହଲରେ ଆରୋପ ଉଠିଥିଲା । ଏହାର ଫଳ ୨୦୧୪ ନିର୍ବାଚନରେ ପରିଲକ୍ଷିତ ହୋଇଥିଲା । ୨୬.୪୪ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିବା ପରେ ଶ୍ରୀ ଜେନା ବାଲେଶଙ୍ଘ୍ୱର ଛାଡ଼ି ଏଠାରୁ ପଳାଇ ଯାଇଥିଲେ । ତାଙ୍କ ସ୍ଥାନରେ ୨୦୧୯ ନିର୍ବାଚନରେ କଂଗ୍ରେସରୁ ନବଜ୍ୟୋତି ପଟ୍ଟନାୟକ ଏହି ଆସନରୁ ପ୍ରାର୍ଥୀ ହୋଇ ୧୫.୪୯ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ତେବେ ସବୁଠାରୁ ବଡ଼କଥା ହେଲା ସେହି ନିର୍ବାଚନ ସମୟରେ ଶ୍ରୀ ଜେନା ବାଲେଶ୍ୱର ଆସି ଶ୍ରୀ ପଟ୍ଟନାୟକ ତଥା ତାଙ୍କ ପିତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଷୋଦ୍ଗାର କରିବାକୁ ପଛାଇ ନଥିଲେ । ଏହି ନିର୍ବାଚନରେ ଶ୍ରୀ ଜେନା ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଓ ପ୍ରାର୍ଥୀ ହେବା ଖବର ପ୍ରକାଶଠାରୁ କଂଗ୍ରେସ କର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ଲୋକସଭା କ୍ଷେତ୍ରରେ ଏଥର କିଛି ଗୋଟେ ପରିବର୍ତ୍ତନ ହେବା ନେଇ ସେମାନେ ଆଶାବାଦୀ ହୋଇଥିଲେ । ପ୍ରଥମରୁ ତାଙ୍କର ପ୍ରତିଦ୍ୱନ୍ଦ୍ୱିତାକୁ ନେଇ କର୍ମୀମାନଙ୍କ ଦ୍ୱାରା ହେଉଥିବା ହାୱା ଏବେ ଆଉ ଚର୍ଚ୍ଚାକୁ ଆସୁନି । ନିଜର ବିଜୟ ବ୍ୟତୀତ ସଂଗଠନକୁ ଆଗକୁ ନେବା ନେଇ ସେ ବିଶେଷ ଗୁରୁତ୍ୱ ଦେଉ ନଥିବା କର୍ମୀମାନେ ଏବେ ଆଲୋଚନା କରୁଛନ୍ତି ।