କୋରେଇରେ ଆକାଶ ଦାସନାୟକ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୭୫ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ୫୫ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି । ତେବେ କୋରେଇ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ଆଗୁଆ ଅଛନ୍ତି ।
ମୋଟ ୧୮ରୁ ବର୍ତ୍ତମାନ ସୁଦ୍ଧା ୫ ରାଉଣ୍ଡ ଗଣତି ହୋଇଥିବାବେଳେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କୁ ୨୧୭୨୨ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ୨୦୯୦୩ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡ଼ାଙ୍କୁ ୨୮୧୧ଖଣ୍ଡ ଭୋଟ ମିଳିଛି ।