ଗୁରୁଜୀରୁ ମୁଖ୍ୟମନ୍ତ୍ରୀ ହେବେ ମୋହନ

mohan majhi

ଗୁରୁଜୀରୁ ମୁଖ୍ୟମନ୍ତ୍ରୀ ହେବେ ମୋହନ

ଦିନେ ଶିଶୁମନ୍ଦିରର ଗୁରୁଜୀ ଥିଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ପରେ ରାଜନୀତିକୁ ଆସିବା ସହ ସରପଞ୍ଚରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ  । ୨୦୦୦ରେ ସେ କେନ୍ଦୁଝରରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ୨୦୦୪ରେ ମଧ୍ୟ ପୁଣିଥରେ ବିଧାୟକ ହୋଇଥିଲେ ଶ୍ରୀ ମାଝୀ  । ୨୦୧୯ ନିର୍ବାଚନରେ ସେ ବିଧାୟକ ହେବା ସହ ବିରୋଧୀ ଦଳର ମୁଖ୍ୟ ସଚେତକ ହୋଇଥିଲେ  । ଚଳିତ ନିର୍ବାଚନରେ ସେ ବାଜିମାତ କରିବା ସହ ଚତୁର୍ଥ ଥର ବିଧାୟକ ହେବାରେ ସଫଳ ହୋଇଛନ୍ତି  । ଅପରପକ୍ଷରେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ହେବେ  । କନକବର୍ଦ୍ଧନ ୬ଷ୍ଠ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ପ୍ରଭାତୀ ପରିଡ଼ା ପ୍ରଥମ ଥର ପାଇଁ ବିଧାୟିକା ହୋଇଛନ୍ତି  ।