କଂଗ୍ରେସ ଛାଡି ପଦ୍ମ ଧରିଲେ ରଜତ ଚୌଧୁରୀ ଓ ବିଶ୍ବ ଭୂଷଣ ଦାସ

କଂଗ୍ରେସ ଛାଡି ପଦ୍ମ ଧରିଲେ ରଜତ ଚୌଧୁରୀ ଓ ବିଶ୍ବ ଭୂଷଣ ଦାସ

ଭୁବନେଶ୍ୱର:  ଶୁକ୍ରବାର ରାଜ୍ୟ ବିଜେପି କାର୍ୟ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ କ୍ୟାମ୍ପରେ ସାମିଲ ହୋଇଥିଲେ ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଓ ପୂର୍ବତନ ଉପସଭାପତି ବିଶ୍ବ ଭୂଷଣ ଦାସ । ହଜାର ହଜାର ସମର୍ଥକଙ୍କ ସହ ବିରାଟ ବାଇକ ରାଲିରେ ଆସି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ପହଞ୍ଚିଥିଲେ ରଜତ । ସେହିପରି କାକଟପୁର ଅଞ୍ଚଳର କଂଗ୍ରେସ ନେତା ବିଶ୍ବଭୂଷଣ ଦାସ ମଧ୍ୟ ନିଜ ସମର୍ଥକଙ୍କ ସହ ରାଜ୍ୟ କାର୍ୟ୍ୟାଳୟରେ ପହଞ୍ଚି ଦଳରେ ସାମିଲ ହୋଇଥିଲେ । କିଛି ଦିନ ତଳେ ରଜତ କଂଗ୍ରେସ ଛାଡ଼ିଥିବା ବେଳେ ଗତକାଲି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଉପସଭାପତି ବିଶ୍ବ ଭୂଷଣ ଦାସ । ଏହି ଦୁଇ ଜଣଙ୍କ ବ୍ୟତିତ କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୁତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ତପନ କୁମାର କାପ୍ତି, ଯୁବ କଂଗ୍ରେସ ନେତା ଇରାକ ମହାପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।