୧୯ରେ ବିଜେଡି ବିଧାୟକ ଦଳ ନେତା ଚୟନ

ଭୁବନେଶ୍ୱର: ସରିଛି ନିର୍ବାଚନ । ଆଉ ରାଜ୍ୟରେ ବିଜେପି ଗଠନ କରିଛି ସରକାର । ତେବେ ବିଧାନସଭାରେ ବିଜେଡି ବିଧାୟକ ଦଳ ନେତା କିଏ ହେବ ତାକୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ଏସବୁ ଭିତରେ ଆସନ୍ତା ୧୯ ତାରିଖ ଦିନ ବିଜେଡି ବିଧାୟକ ଦଳ ଅନୁଷ୍ଠିତ ହେବ । ଆଉ ଉକ୍ତ ବୈଠକରେ ହିଁ ବିଜେଡି ବିଧାୟକ ଦଳ ନେତା କିଏ ହେବ ତାହା ସ୍ଥିର କରାଯିବ । ୧୯ ତାରିଖ ଦିନ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।ପ୍ରକାଶ ଯେ ନିର୍ବାଚନ ପରେ ନବୀନ ପଟ୍ଟନାୟକ ନା ଦଳର ଅନ୍ୟ ବରିଷ୍ଠ ନେତା ବିଧାୟକ ଦଳ ନେତା ହେବେ ତାକୁ ନେଇ ଗତ କିଛି ଦିନ ହେଲା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ନେତାଙ୍କ ନାମ ଚର୍ଚ୍ଚା ବିଧାୟକ ନେତାଭାବେ ଚର୍ଚ୍ଚା ହେଉଥିଲା ।
ପ୍ରକାଶ ଯେ ୨୦୦୦ ମସିହାରୁ ୨୪ ବର୍ଷ ଧରି ଓଡ଼ିଶାରେ ବିଜେଡି ସରକାର ଗଠନ କରିଆସୁଥିଲା। ହେଲେ ୨୦୨୪ ନିର୍ବାଚନରେ ଦଳ ପ୍ରଥମ ଥର ଲାଗି ମୋଟ୍ ୫୧ଟି ବିଧାନସଭା ଆସନରେ ଜିତି ଦୁଇ ନମ୍ବର ସ୍ଥାନକୁ ଖସିଆସିଛି। ଓଡ଼ିଶାରେ ପ୍ରଥମ ଥର ଲାଗି ବିଜେପି ସରକାର ଗଠନ କରିଥିବା ବେଳେ ବିଜେଡିକୁ ବିରୋଧୀ ଦଳ ଭୂମିକା ନେବାକୁ ପଡ଼ିଛି। ତେବେ ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଆସୁଥିବା ବିଜେଡିକୁ କାହିଁକି ଲୋକମାନେ ଏଥର ପ୍ରତ୍ୟାଖ୍ୟାନ କଲେ ସେକଥା ନେଇ ବିଜେଡିର ଆଗଧାଡ଼ିର ନେତାମାନେ ଏଯାଏ ମୁହଁ ଖୋଲୁନାହାନ୍ତି। ଓଡ଼ିଶା ସ୍ପଷ୍ଟ ନୁ୍ୟଜ ଆଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଦଳର ନେତାମାନେ ଦେଖା କରିପାରୁନାହାନ୍ତି ବୋଲି ପ୍ରତ୍ୟେକ ଦିନ ଆଲୋଚନାର ବିଷୟବସ୍ତୁ ପାଲଟୁଥିଲା। ଯେଉଁ ନେତାମାନେ ଦେଖାକରି କିଛି ନିଷ୍ପତ୍ତି ନେଉଥିଲେ ସେମାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶ ମାନିବାକୁ ପଡୁଥିଲା। ହେଲେ ନିର୍ବାଚନରେ ବିଜେଡି ପରାଜିତ ହେବା ପରେ ପ୍ରତ୍ୟେକ ଦିନ ନବୀନ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି।