କଂଗ୍ରେସକୁ ଆଟାକ୍ କରିଛନ୍ତି ମୋଦି
ଜୁନ୍ ୨୫କୁ କଳା ଦିବସ ଭାବେ ପାଳୁଛି ବିଜେପି। ୧୯୭୫ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ୪୯ ବର୍ଷ ପୂର୍ତ୍ତି ହୋଇଛି। ଏହାକୁ ବିରୋଧ କରି ବିଜେପି ଆଜି ଏହାକୁ ଡାର୍କ ଡେ' ଭାବେ ପାଳନ କରୁଛି। ଏହି ଏମରଜେନ୍ସିକୁ ନେଇ କଂଗ୍ରେସ ଉପରେ ଆଟାକ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତର ସେ ୪ଟି ଟ୍ୱିଟ୍ କରି କଂଗ୍ରେସକୁ ଘେରିଛନ୍ତି।
ମୋଦି କହିଛନ୍ତି, ଆଜି ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ସେହି ସମସ୍ତ ମହାନ ପୁରୁଷ ଓ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ। #DarkDaysOfEmergency ଆମକୁ ସ୍ମରଣ କରାଏ ଯେ କଂଗ୍ରେସ କିପରି ମୌଳିକ ସ୍ୱାଧୀନତାକୁ ନଷ୍ଟ କରିଥିଲା ଏବଂ ଭାରତର ସମ୍ବିଧାନକୁ ଖଣ୍ଡନ କରିଥିଲା, ଯାହାକୁ ପ୍ରତ୍ୟେକ ଭାରତୀୟ ସମ୍ମାନ କରନ୍ତି।
ପିଏମ୍ ଆହୁରି କହିଛନ୍ତି, ଶାସନ କ୍ଷମତାକୁ ହାତମୁଠାରେ ରଖିବା ପାଇଁ ତତ୍କାଳୀନ କଂଗ୍ରେସ ସରକାର ଲୋକତନ୍ତ୍ରର ସିଦ୍ଧାନ୍ତକୁ ଅବହେଳା କରିଥିଲା। ପ୍ରତ୍ୟେକ ଗଣତାନ୍ତ୍ରିକ ନୀତିକୁ ଅଣଦେଖା କରି ଦେଶକୁ ଏକ ଜେଲରେ ପରିଣତ କରାଯାଇଥିଲା। କଂଗ୍ରେସ ସହ ମତଭେଦ କରୁଥିବା ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଉଥିଲା। ସଂଖ୍ୟାଲଘୁ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ସାମାଜିକ ଭାବେ ଏଭଳି ନୀତି କାର୍ଯ୍ୟକାରୀ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।