ନକଲି ମଦ ନେଇ ତଦନ୍ତ ଅର୍ଡର ଦେଲେ ପୃଥ୍ୱରାଜ

ଭୁବନେଶ୍ୱର: କଟକରେ ନକଲି ବିଦେଶୀ ମଦ ତିଆରି ପ୍ରସଙ୍ଗରେ  ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । ଏହାର ତଦନ୍ତ କରିବାକୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅବକାରୀ କମିଶନରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।  ତୁରନ୍ତ ଘଟଣାର ତଦନ୍ତ କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ରାଜ୍ୟରେ ନକଲି ମଦ କାରବାର ଉପରେ ନଜର ରଖି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅବକାରୀ କମିଶନରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।