ଅବାଟରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ : ସାଇବର ଠକେଇ, ଆତ୍ମହତ୍ୟା ଓ ରାଗିଙ୍ଗ ରୋକିବା ନେଇ ସଚେତନ କଲେ ସିପି

 ଭୁବନେଶ୍ୱର  : ଗତ ୮ ସେପ୍ଟେମ୍ବର ୨୦୨୫ ଦିନ  ଗିତା ଅଟୋନମୋସ କଲେଜ ଓ  କମିଶନେରେଟ୍ ପୁଲିସର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର, ସାଇବର କ୍ରାଇମ୍ ସଚେତନତା କାର୍ୟକ୍ରମ ଓ  “ଜୀବନ ଜିଂଦାବାଦ” ସଚେତନତା କାର୍ଯକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟୁଇନସିଟି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି  ସମ୍ପୂର୍ଣ୍ଣ କାଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ସାଇବର କ୍ରାଇମ୍ ଓ ସାଇବର ସୁରକ୍ଷା ଓ ଆତ୍ମହତ୍ୟା ରୋକିବା ଓ କଲେଜ କ୍ୟାମ୍ପସରେ ରାଗିଙ୍ଗ ରୋକିବା ବିଷୟରେ ସଚେତନତା ସୃଷ୍ଟି କରିଥିଲେ ।
ଆୟୋଜିତ ରକ୍ତଦାନ କ୍ୟାମ୍ପ : ଆୟୋଜିତ ରକ୍ତଦାନ କ୍ୟାମ୍ପରେ ଗିତା ଅଟୋନମୋସ କଲେଜର ଛାତ୍ରଛାତ୍ରୀ, ଶିକ୍ଷକବୃନ୍ଦ ଓ ସ୍ଥାନୀୟ ଲୋକଙ୍କର ଉସôାହପୂର୍ଣ୍ଣ ଭାଗୀଦାରି ପ୍ରତିଷ୍ଠିତ ହୋଇଥିଲା । ଏସସିବିର ରକ୍ତ ବ୍ୟାଙ୍କ, କ୍ୟାପିଟାଲ ହସ୍ପିଟାଲ ରକ୍ତ ବ୍ୟାଙ୍କ ଓ ରେଡକ୍ରସ୍ ଭୁବନେଶ୍ୱର ଦ୍ୱାରା ଏକ ସମୂହ ଚିକିସôକ ଟିମ୍ ଏହି କ୍ୟାମ୍ପକୁ ସମ୍ପନ୍ନ କରାଯାଇଛି । ସମ୍ପୂର୍ଣ୍ଣ ଦିନ ଧରି ଚଳିତ ଏହି କ୍ୟାମ୍ପରେ ୨୪୨  ଏକକ ରକ୍ତ ସଂଗ୍ରହ କରାଯାଇଛି, ଯାହା ଏହି ସମୟରେ ଆବଶ୍ୟକ ରୋଗୀମାନଙ୍କୁ ପ୍ରଦାନ କରାଯିବ ।
ଏନେଇ ପୁଲିସ କମିଶନର ଶ୍ରୀ ସିଂ କହିଛନ୍ତି, "ରକ୍ତଦାନ ଏକ ଉତ୍ତମ କାର୍ୟ ଓ ଏହା ସେବାର ଏକ ଉତ୍ତମ ଉଦାହରଣ । ଆମେ ସମସ୍ତଙ୍କୁ ଏହି ମହାତ୍ତ୍ୱପୂର୍ଣ୍ଣ କାର୍ୟରେ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରୁଛୁ । ଆପଣମାନେ ଯେଉଁଠାରେ ସହଯୋଗ କରିଥିଲେ, ଆମେ ତାଙ୍କର ଋଣୀ ।"
ସାଇବର କ୍ରାଇମ୍ ସଚେତନତା ଓ “ଜୀବନ ଜିଂଦାବାଦ” ସଚେତନତା କାର୍ୟକ୍ରମ : ସେହି ସମୟରେ, କମିଶନେରେଟ୍ ପୁଲିସ ଦ୍ୱାରା ଏକ ସାଇବର କ୍ରାଇମ୍ ଓ “ଜୀବନ ଜିଂଦାବାଦ”  ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ୟକ୍ରମରେ ଏସିପି ଶୁଚିସ୍ମିତା ଦାସ , ସାଇବର କ୍ରାଇମ୍ ବିଷୟରେ ସଚେତନତା ପ୍ରସାରିତ କରିବା ପାଇଁ ଛାତ୍ରଛାତ୍ରୀ ସହିତ ଆଲୋଚନା କରିଥିଲେ । ସାଇବର କ୍ରାଇମ୍ ଓ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସୂଚନା ଓ ସାଇବର ଆକ୍ରମଣରୁ ଜନସାଧାରଣ ଓ ଖାସ କରି ଛାତ୍ରଛାତ୍ରୀ  କିପରି ସୁରକ୍ଷିତ ରହିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଏଥି ସହିତ ଅତିରିକ୍ତ ଡ଼ିସିପି  ମାନସ ଗଡନାୟକ ସାମ୍ପ୍ରତିକ ସମୟରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ବଢୁଥିବା  ଆତ୍ମହତ୍ୟାକୁ କିପରି ରୋକିବା ଓ କଲେଜ କ୍ୟାମ୍ପସରେ ରାଗିଙ୍ଗ ରୋକିବା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଉକ୍ତ କାର୍ୟକ୍ରମ ରେ କମିଶନେରେଟ୍ ପୁଲିସ ଅନ୍ୟାନ୍ୟ ପଦଧିକାରୀ ମାନେ ମଧ୍ୟ ଯୋଗଦେଇଥିଲେ । ଧନ୍ୟବାଦ ଓ ଆଶା : କମିଶନେରେଟ୍ ପୁଲିସ୍ ଏସସିବି ବ୍ଲଡ୍ ବ୍ୟାଙ୍କ, କ୍ୟାପିଟାଲ ହସ୍ପିଟାଲ୍ ବ୍ଲଡ୍ ବ୍ୟାଙ୍କ ଓ ରେଡକ୍ରସ୍ ଭୁବନେଶ୍ୱରର ଚିକିସôକ ଟିମକୁ ଅଭାର ପ୍ରକାଶ କରିଛି ଯେଉଁମାନେ ଏହି ରକ୍ତଦାନ ଶିବିରକୁ ସଫଳତାର ସହିତ ସମ୍ପାଦିତ କରିଥିଲେ । ଗିତା ଅଟୋନମୋସ କଲେଜ ପ୍ରଶାସନଙ୍କୁ ବି ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଯାଇଛି ।