ମହିଳାଙ୍କୁ କେବଳ ଭୂଆଁ ବୁଲାଉଛି ବିଜେପି:ବିଜେଡି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ନେଇ ବର୍ଷିଲା ବିଜେଡି । କହିଲା ସୁଭଦ୍ରା ଯୋଜନା ପାଣିରେ ଗାର ଓ ଧୂଆଁବାଣ । ଯୋଜନାକୁ ନେଇ ଲୋକଙ୍କୁ ଭୂଆଁ ବୁଲାଉଛି ବିଜେପି । ଭୋଟ ସମୟରେ ମହିଳାଙ୍କୁ ଆଶା ଦେଖାଇଥିଲେ ବର୍ଷକୁ ୫୦ ହଜାର ଟଙ୍କା ଦେବେ । ଏମିତି କି ସମସ୍ତ ମହିଳାଙ୍କୁ ଦେବାକୁ ଇସ୍ତାହାରରେ କହିଥିଲେ । ହେଲେ ଏଥିରେ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ବଞ୍ଚିତ କରାଗଲା । ଏହାସହ ୧୫୦୦ ଟଙ୍କା ମାସିକ ଆଧାରରେ ହେଲେ ଆଶା, ଅଙ୍ଗନବାଡି ମହିଳା ପ୍ରମୁଖ ସୁଭଦ୍ରା ଯୋଜନା ପାଇବେନି। ଋଣ କରି ଯେଉଁମାନେ ଲକ୍ଷପତି ଦିଦି ହୋଇଛନ୍ତି ସେମାନେ ବି ବଞ୍ଚିତ ହେବେ ।

ବଡ଼ କଥା ହେଲା ଏବେ ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ୨ ଥର ଦେବେ । ଏଥିରେ ମହିଳାମାନେ କି ବ୍ୟବସାୟ କରିବେ ବୋଲି ବିଜେଡି ପ୍ରଶ୍ନ କରିଛି । ୭୦ ଲକ୍ଷ ମହିଳା ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଲକ୍ଷପତି ଦିଦି ହୋଇଥିଲେ । ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନା ପାଇବେ ବୋଲି ଆଶା ରଖିଥିଲେ । କିନ୍ତୁ ଏହା ଏବେ ପାଣିର ଗାର ହୋଇଛି ।