ଓଡ଼ିଶାକୁ ଆସିବ ପୁଞ୍ଜି : ହାଇଦ୍ରାବାଦରେ ହେବ ଇନ୍‌ଭେଷ୍ଟର୍ସ ମିଟ୍‌

ଓଡ଼ିଶାକୁ ଆସିବ ପୁଞ୍ଜି : ହାଇଦ୍ରାବାଦରେ ହେବ ଇନ୍‌ଭେଷ୍ଟର୍ସ ମିଟ୍‌

ଭୁବନେଶ୍ୱର : ପୁଣି ଓଡ଼ିଶାକୁ ଆସିବ ପୁଞ୍ଜି । ଆସନ୍ତା କାଲିଠାରୁ ଦୁଇ ଦିନ ପାଇଁ ହାଇଦ୍ରାବାଦରେ ହେବାକୁ ଯାଉଛି ଇନ୍‌ଭେଷ୍ଟର୍ସ ମିଟ୍‌ । ୧୮ ଓ ୧୯ ତାରିଖରେ ହାଇଦ୍ରାବାଦରେ ଏହି ଇନ୍‌ଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହେବ । ଯେଉଁଥିରେ ବିଭିନ୍ନ ଶିଳ୍ପପତିମାନଙ୍କ ସହିତ ୱାନ୍‌ ଟୁ ୱାନ୍‌ ଆଲୋଚନା କରାଯିବ। 

   

    ଏହି ଅବସରରେ ବିଶାଳ ରୋଡ୍‌ ଶୋ’ର ଆୟୋଜନା କରାଯିବାକୁ ଯୋଜନା ରଖାଯାଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପ ବିଭାଗର ଟିମ୍‌ ସାମିଲ ହେବେ । ଓଡ଼ିଶାକୁ କିପରି ଅଧିକ ନିବେଶ ଆସିବ, ସେଦିଗରେ କାର୍ଯ୍ୟ କରୁଛି ଓଡ଼ିଶା ଟିମ୍‌ । ତଥାପି ହାଇଦ୍ରାବାଦ୍‌ ମିଟ୍‌ରେ ଖାସ୍‌ କରି ଆଇଟି ସେକ୍ଟର ଉପରେ ଅଧିକ ଫୋକସ କରାଯିବ । ଆଇଟି ସେକ୍ଟର ଇନଭେଷ୍ଟର୍ସଙ୍କ ସହିତ ଆଲୋଚନା କରାଯିବ । ଯାହା ଦ୍ୱାରା ଓଡ଼ିଶା ଅଧିକ ଲାଭଦାୟକ ହେବବୋଲି  ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି ।